ଖୋର୍ଦ୍ଧା ୧୧।୧୨: ଓଡ଼ିଶାର ପରିବହନ କ୍ଷେତ୍ରରେ ନୂତନ ପରିବର୍ତ୍ତନ ହେଉଥିବା ବେଳେ ଏବେ ମାର୍କେଟରେ ନୂତନ କରି ଗଡିବ Ai ଟେକ୍ନୋଲୋଜି ବସ୍ । ବସ୍ରେ ମିଳିବ ହୋଟେଲର ଫିଲିଂ । ଟ୍ରେନ୍ ଓ ବିମାନ ଭଳି ରହିଛି ଏହି ବସ୍ରେ ଶୌଚାଳୟର ସୁବିଧା । ଭୁବନେଶ୍ୱରରୁ ନବରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରୀମାନେ କରିବେ ଯାତାୟତ । ଶୀତତାପ ନିୟନ୍ତ୍ରିତ ଆରାମଦାୟକ ବସିବା ଓ ଶୋଇବାର ବ୍ୟବସ୍ଥା । ଏହି ବସ୍ ସେବାରେ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା ରହିଛି ।
ସର୍ବପରି ପ୍ରଥମ କରି ଏହି ବସ୍ରେ ଯାତ୍ରୀ ମାନଙ୍କ ପାଇଁ ଟ୍ରେନ୍ ଓ ଉଡାଜାହାଜ ପରି ଟଏଲେଟ୍ର ବ୍ୟବସ୍ଥା ରହିଛି । ଯାତ୍ରୀଙ୍କୁ ଉନ୍ନତମାନର ଖାଦ୍ୟ ବ୍ୟବସ୍ଥା ଥିବା ସହ ସୁଲଭ ମୂଲ୍ୟରେ ଯାତ୍ରା କରିବେ ଯାତ୍ରୀ । ସୁରକ୍ଷା ଦୃଷ୍ଟି କୋଣରୁ ଡ୍ରାଇଭର ଓ ଯାତ୍ରୀଙ୍କ ପାଇଁ Ai ଟେକ୍ନୋଲୋଜି ବ୍ୟବହାର ସହ ଫାୟାର ଏକ୍ସଜିଟିଂ ୟୁଜର ଏବଂ ଆବଶ୍ୟକ ସଂଖ୍ୟକ ଏକ୍ସଜିଟ୍ ଡୋର ରହିଛି । ଏହି ବସ୍ଟି ଏସିଆନ ସ୍ମାଇଲ ନାମରେ ନାମିତ ହୋଇଛି ।
You Can Read:
ପଞ୍ଜିକା ଦ୍ବନ୍ଦ୍ବ ଏବଂ ବିବାଦ ଦୂର ପାଇଁ ବୈଠକ, ଏଣିକି ପାଞ୍ଜି ପ୍ରକାଶ ପୂର୍ବରୁ ଦିଆଯିବ ଗଣନା ଓ ପାଣ୍ଡୁଲିପି