ଝାରସୁଗୁଡ଼ାରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣା, ଏଆଇ କ୍ୟାମେରା ସହଯୋଗରେ ହତ୍ୟାକାଣ୍ଡର ରହସ୍ୟ ଖୋଲିଲା ପୋଲିସ

Published By : Prameya-News7 Bureau | December 11, 2024 IST

NEWS UPDATE

ଝାରସୁଗୁଡ଼ା: ଯୁବତୀଙ୍କୁ ବୀଭତ୍ସ ହତ୍ୟା ମାମଲା। ଝାରସୁଗୁଡ଼ା ଏସପି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସାମ୍ବାଦିକ ସମ୍ମିଳନୀ କରି ହତ୍ୟାକାଣ୍ଡର ଗୁମର ଖୋଲିଛନ୍ତି । ଗତ ୭ ତାରିଖରେ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ବ୍ରାହ୍ମଣୀ ନଦୀରୁ ମିଳିଥିଲା। 

ସୂଚନାଥାଉକି, ଗତ ୭ ତାରିଖରେ ଝାରସୁଗୁଡ଼ାରୁ ଯୁବତୀକୁ ମିଥ୍ୟା ପ୍ରରୋଚନା ଦେଖାଇ ଏକ ବାଇକରେ ରାଉରକେଲା ଅଭିମୁଖେ ନେଇଯାଇଥିଲା ଅଭିଯୁକ୍ତ କୁନୁ କିଷାନ। ପୂର୍ବ ଯୋଜନା ଅନୁସାରେ ଯୁବତୀକୁ ନେଇ ରାଉରକେଲା ଲାଠିକଟା ନିକଟରେ ଛୁରୀରେ ବେକ କାଟିବା ସହ ହାତ ଓ ଗୋଡ଼କୁ ମଧ୍ୟ କାଟିବା ପରେ ଖଣ୍ଡବିଖଣ୍ଡିତ ଶରୀରକୁ ବ୍ରାହ୍ମଣୀ ନଦୀରେ ଦୁଇଟି ପୃଥକ ସ୍ଥାନରେ ଫିଙ୍ଗିଥିଲା ।

ପୋଲିସର ସୂଚନା ଅନୁଯାୟୀ, ୨୦୨୩ ମସିହାର ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥିଲା କୁନୁ। ଆଉ ଉକ୍ତ ଯୁବତୀ ସାକ୍ଷ୍ୟ ଦେଲେ ଦଣ୍ଡ ସୁନିଶ୍ଚିତ ହେବା ଭୟରେ ପ୍ରମାଣ ନଷ୍ଟ ପାଇଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇ ଥିବା ସାମ୍ବାଦିକ ସମ୍ମିଳନୀରେ ଏସପି ସ୍ମିଥ ପରମାର ସୂଚନା ଦେଇଛନ୍ତି। ଏହି ମାମଲାରେ ଦୁଇ ଜଣକୁ ଗିରଫ କରିଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.