ପଞ୍ଜିକା ଦ୍ବନ୍ଦ୍ବ ଏବଂ ବିବାଦ ଦୂର ପାଇଁ ବୈଠକ, ଏଣିକି ପାଞ୍ଜି ପ୍ରକାଶ ପୂର୍ବରୁ ଦିଆଯିବ ଗଣନା ଓ ପାଣ୍ଡୁଲିପି

Published By : Prameya-News7 Bureau | December 11, 2024 IST

ପୁରୀ ୧୧।୧୨: ପାଞ୍ଜିରେ ବିଭିନ୍ନ ତିଥି, ପର୍ବପର୍ବାଣିକୁ ନେଇ ଲୋକଙ୍କ ମଧ୍ୟରେ ଯେଉଁ ଦ୍ଵନ୍ଦ୍ବ ଏବଂ ବିବାଦ ସୃଷ୍ଟି ହେଉଛି ତାହା ଦୂର କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ଓଡ଼ିଶାର ପ୍ରସିଦ୍ଧ ପଞ୍ଜିକାର ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଡକେଇ, ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ କରିଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ପାଞ୍ଚ ଜଣ ପଞ୍ଜିକା ପ୍ରକାଶନ କରୁଥିବା ଅନୁଷ୍ଠାନ ଯୋଗ ଦେଇଥିଲେ । ଆଗାମୀ ପାଞ୍ଜି ପ୍ରକାଶ ପୂର୍ବରୁ ସେମାନଙ୍କ ଗଣନା ଏବଂ ପାଣ୍ଡୁଲିପି ମୁକ୍ତିମଣ୍ଡପ ପଣ୍ଡିତ ସଭାକୁ ପ୍ରଦାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। 
ବଡ଼ କଥା ଯେ, ପାଣ୍ଡୁଲିପିକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ତର୍ଜମା କରି ଭୁଲ୍ ଠିକ୍ ଥିବା ସମସ୍ତ ତଥ୍ୟକୁ ଠିକ୍ କରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହା ଦିଆଯାଇ ଅନୁମୋଦନ କରାଯିବ । ଏହା ପରେ ପଞ୍ଜିକା ପ୍ରକାଶ କରୁଥିବା ସଂସ୍ଥା ଗୁଡିକ ପ୍ରକାଶ କରିବେ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମୋଦନରେ ବିଭ୍ରାନ୍ତିକର ସୂଚନା ପାଞ୍ଜିରେ ଦିଆଗଲେ ସମ୍ପୃକ୍ତ ସଂସ୍ଥାକୁ ନୋଟିସ୍ ଦିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।
 
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଜିକାର, ମୁକ୍ତିମଣ୍ଡପ ପଣ୍ଡିତ ସଭା ଓ ପୂଜାପଣ୍ଡା ନିଯୋଗ ସାମିଲ ହୋଇଥିଲେ ।

You Can Read:

ତାମିଲ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ ଅବସରରେ ‘ଭାରତୀୟ ଭାଷା ଉତ୍ସବ’ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.