ଭୁବନେଶ୍ବର ୧୫।୭: ଫକୀରମୋହନ ଛାତ୍ରୀ ମୃତ୍ୟୁକୁ ନେଇ ବିରୋଧୀ ଅଯଥା ରାଜନୀତି କରୁଛନ୍ତି । ଏଭଳି କହିଛନ୍ତି ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ବିଜେଡ଼ି ୨୪ ବର୍ଷ ସରକାରରେ ଥିଲା । ସେତେବେଳେ ସେମାନେ ତୁରନ୍ତ ଆକ୍ସନ ନେଉ ନଥିଲେ । ବେବିନା, କୁନ୍ଦୁଲି ଘଟଣା ହେଉ ଆକ୍ସନ ନେଇ ନଥିଲେ । ଦୋଷୀ ଖୁଲମ ଖୁଲା ବୁଲୁଥିଲେ । ପୂର୍ବ ସରକାର ମାନେ ଲୋକଙ୍କୁ ନ୍ୟାୟ ଦେଲେ ନାହିଁ । ବିଜେପି ସରକାର ତୁରନ୍ତ ଆକ୍ସନ ନେଉଛନ୍ତି । ଏହି ଘଟଣାରେ ୧୨ ଘଣ୍ଟା ଭିତରେ ଆକ୍ସନ ନିଆଯାଇଛି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, କାହାକୁ ଛଡାଯିବ ନାହିଁ । ଅପରାଧ ଏବଂ ଅପରାଧୀଙ୍କୁ ସରକାର ଦୃଢ଼ ହସ୍ତରେ ଦମନ କରୁଛନ୍ତି । ଅଯଥାରେ ଶସ୍ତା ରାଜନୀତି କରୁଛନ୍ତି ବିରୋଧୀ । ଅତୀତ ସରକାର ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିନଥିଲା । ବିଜେଡ଼ି ୨୪ ବର୍ଷ ସରକାରରେ କେତେ ଜଣ ଇସ୍ତଫା ଦେଇଛନ୍ତି ? ତେଣୁ ସେମାନେ ଫାଲତୁ କଥା କହି କିଛି ଲାଭ ନାହିଁ । କୁନ୍ଦୁଲି ପୀଡ଼ିତା ନ୍ୟାୟ ପାଇଲେ କି ? ବିଜେପି ସରକାର ତ୍ୱରିତ୍ଵ ନ୍ୟାୟ ଉପରେ ଗୁରୁତ୍ବ ଦେଉଛନ୍ତି । ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଅତୀତରେ କୌଣସି ସରକାର ନେଇନାହାନ୍ତି । ଯିଏ ଦୋଷୀ ଦଣ୍ଡ ପାଇବେ । ଅନ୍ୟକୁ ବୁଦ୍ଧି ଶିଖାଉଛନ୍ତି, ନିଜ ବେଳକୁ ବୁଦ୍ଧି ଆସୁନଥିଲା । ରାଜରାସ୍ତାକୁ ଆସିବାକୁ ମନା ନାହିଁ । ମୋହନ ମାଝୀ ସରକାର ଅପରାଧକୁ ବରଦାସ୍ତ କରିବେ ନାହିଁ ବୋଲି ସେ କହିଛନ୍ତି ।
You Can Read:
ଦୟାକରି ମୋ ଝିଅର ମୃତ୍ୟୁକୁ ନେଇ ଆଉ ରାଜନୀତି କରନ୍ତୁ ନାହିଁ, ମୁଁ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବି