‘ଅପରେସନ ସିନ୍ଦୂର’ ସାବ୍ୟସ୍ତ କରିଛି ଆତଙ୍କବାଦୀ ଓ ଭାରତର ଶତ୍ରୁଙ୍କ ପାଇଁ କିଛି ସ୍ଥାନ ସୁରକ୍ଷିତ ନୁହେଁ : ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | July 27, 2025 IST

ଚେନ୍ନାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି ଯେ, ‘ଅପରେସନ ସିନ୍ଦୂର’ ଦୁନିଆକୁ ଦେଖାଇଛି ଯେ, ଯଦି ଭାରତର ସାର୍ବଭୌମତ୍ୱ ଉପରେ ଆକ୍ରମଣ ହୁଏ, ତ କେଉଁ ପ୍ରକାରର ଜବାବ ଦେବ ଏବଂ ସୀମା ପାର ସାମରିକ କାର୍ଯ୍ୟାନୁଷ୍ଠାନ ପୂରା ଦେଶରେ ଏକ ନୂଆ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ମୋଦି ଏଠାରେ ଚୋଳ ସମ୍ରାଟ ରାଜେନ୍ଦ୍ର ଚୋଳଙ୍କ ସମ୍ମାନରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି କହିଛନ୍ତି ଯେ, ଅପରେସନ ସିନ୍ଦୂର ଏହା ମଧ୍ୟ ସାବ୍ୟସ୍ତ କରିଛି ଯେ ଭାରତକୁ ଟାର୍ଗେଟ୍ କରୁଥିବା ଶତ୍ରୁ ଓ ଆତଙ୍କବାଦୀଙ୍କ ପାଇଁ କୌଣସି ସ୍ଥାନ ସୁରକ୍ଷିତ ନାହିଁ। ଏହି କାର୍ଯ୍ୟକ୍ରମ ମହାନ ଚୋଳ ସମ୍ରାଟ ରାଜେନ୍ଦ୍ର ଚୋଳ ପ୍ରଥମଙ୍କର ଜନ୍ମ ବାର୍ଷିକୀରେ ପାଳନ କରାଯାଏ , ଯାହାକୁ “ଆଦି ତିରୁବତୀରାଇ ” (ତାମିଲ ମାସ ଆଦିରେ ରାଜାଙ୍କର  ଜନ୍ମ ନକ୍ଷତ୍ର ତିରୁବତିରଇ ଅଛି) ଉତ୍ସବ ଭାବେ ପାଳନ କରାଯାଏ।

ପ୍ରଧାନମନ୍ତ୍ରୀ ଅପେରସନ ସିନ୍ଦୂର ର ସମ୍ୱନ୍ଧରେ କହିଛନ୍ତି , ବିଶ୍ୱ ଦେଖିଛି ଯେ, ଯଦି କେହି ଭାରତର ସୁରକ୍ଷା ଓ ସାର୍ବଭୌମତ୍ୱ ଉପରେ ହମଲା କରିଥାଏ , ତ ସେ କେମିତି ଜବାବ ଦେଇଥାଏ। ସେ କହିଛନ୍ତି , ଅପରେସନ ସିନ୍ଦୂର ସାବ୍ୟସ୍ତ କରି ଦେଇଛି ଯେ , ଭାରତର ଶତ୍ରୁଙ୍କ ପାଇଁ , ଆତଙ୍କବାଦୀଙ୍କ ପାଇଁ, କୌଣସି ନିରାପଦ ଆଶ୍ରୟ ସ୍ଥଳୀ ନାହିଁ। ଯେତେବେଳେ ମୁଁ ହେଲିପ୍ୟାଡ୍‌ରୁ ଏଠାକୁ ଆସିଲି , ତ ତିନି ଚାରି କିଲୋମିଟରର ଦୂରତା ହଠାତ୍‌ ଏକ ରୋଡ୍‌ ଶୋ’ରେ ବଦଳିଗଲା ଏବଂ ସମସ୍ତେ ଅପରେସନ ସିନ୍ଦୂରର ପ୍ରଶଂସା କରୁଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତ, ଅପରେସନ ସିନ୍ଦୂର ପୂରା ଦେଶରେ ଏକ ନୂଆ ଜାଗରଣ, ଏକ ନୂଆ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ଦୁନିଆକୁ ଭାରତର ଶକ୍ତିର ଅନୁଭବ ହେବା ଉଚିତ୍‌। ମୋଦି କହିଛନ୍ତି, ସମ୍ରାଟ ରାଜରାଜ ଚୋଳ ଓ ତାଙ୍କ ପୁତ୍ର ରାଜେନ୍ଦ୍ର ଚୋଳ–ପ୍ରଥମଙ୍କ ନାଁ ଭାରତର ପରିଚୟ ଓ ଗୌରବର ପର୍ଯ୍ୟାୟ। ସେ ଘୋଷଣା କରିଛନ୍ତି ଯେ, ତାମିଲନାଡୁ ରେ ତାଙ୍କର ଭବ୍ୟ ପ୍ରତିମୂର୍ତ୍ତୀ  ସ୍ଥାପିତ କରାଯିବ ଏବଂ ଏହି ପ୍ରତିମୂର୍ତ୍ତୀ  ଆମର  ଐତିହାସିକ ଜାଗରଣର ଆଧୁନିକ ସ୍ତମ୍ଭ ହେବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗଣତନ୍ତ୍ର ଉପରେ ଟିପ୍ପଣୀ କରି ଅନେକ ଲୋକ ବ୍ରିଟେନ୍‌ର ମାଗ୍ନା କାର୍ଟାକୁ ଉଲ୍ଲେଖ କରନ୍ତି, ଯେତେବେଳେ ଚୋଳ ଯୁଗର ‘କୁଡୁଭୋଲାଇ ବ୍ୟବସ୍ଥା’ ଏହାଠାରୁ ମଧ୍ୟ ପୁରୁଣା। ସେ କହିଛନ୍ତି ଯେ, ଚୋଳ ଯୁଗରେ ଗ୍ରହଣ କରାଯାଇ ଥିବା ଏହି ବ୍ୟବସ୍ଥା ୧,୦୦୦ବର୍ଷରୁ ଅଧିକ ପୁରୁଣା। ମାଗ୍ନା କାର୍ଟା ଏକ ଐତିହାସିକ ଦଲିଲ, ଯାହା ୧୨୧୫ ମହିସାହେର ଇଂଲଣ୍ଡର ରାଜା ଜନ୍‌ଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା। ଏହି ଦଲିଲ୍‌ ରାଜାଙ୍କ ଶକ୍ତିକୁ ନିୟନ୍ତ୍ରଣ କରିବା ଓ ନାଗରିକଙ୍କ ଅଧିକାରକୁ ସୁରକ୍ଷା ଦେବାକୁ ତିଆରି କରାଯାଇ ଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.