ପ୍ରମାଣ ତ ନିଜେ ପାକିସ୍ତାନ ପ୍ରମାଣ ଦେଇଛି, ଅପରେସନ ସିନ୍ଦୂର ପରେ ମୁହଁ ଖୋଲିଲେ PM

Published By : Prameya-News7 Bureau | May 07, 2025 IST

ନୂଆଦିଲ୍ଲୀ ୦୭/୦୫: ପହଲଗାମ ଆକ୍ରମଣର ୧୫ ଦିନ ପରେ କଡ଼ା ପ୍ରତିଶୋଧ ନେଲା ଭାରତ । ପାକିସ୍ତାନ ଭିତରେ ପଶି ଆତଙ୍କୀଙ୍କ ଚିହ୍ନ ବର୍ଣ୍ଣ ଉଡ଼ାଇଦେଲା । ଯାହାକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା । ଯାହାର ନାଁ ଥିଲା ‘ଅପରେସନ ସିନ୍ଦୂର’ । 

ମଙ୍ଗଳବାର ବିଳମ୍ୱିତ ରାତିରେ ଭାରତର ଅପରେସନ ସିନ୍ଦୂର ପରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାରା ବିଶ୍ବକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ କ’ଣ କହିଛନ୍ତି? ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱ ମହାକାଶ ଅନୁସନ୍ଧାନ ସମ୍ମିଳନୀରେ ଭାଷଣ ଦେଉଛନ୍ତି। ସେ ଭାରତର ମହାକାଶ କାର୍ଯ୍ୟକ୍ରମ ବିଷୟରେ କହିଛନ୍ତି।

'ଅପରେସନ୍ ସିନ୍ଦୂର' ପରେ ପ୍ରଥମ ଥର ପାଇଁ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, '୨୦୧୪ରେ ପ୍ରଥମ ପ୍ରୟାସରେ ମଙ୍ଗଳ ଗ୍ରହରେ ପହଞ୍ଚି ଭାରତ ଇତିହାସ ସୃଷ୍ଟି କରିଥିଲା।' ଚନ୍ଦ୍ରାୟନ ମିଶନ ବିଷୟରେ କହି ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଭାରତର ପ୍ରଗତି ବିଷୟରେ କହିଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.