କଟକ ୨୫।୦୪ : ରେକର୍ଡ କଲା "ଅପରେସନ ୧୨/୧୭" । ବହୁଦିନ ପରେ ପୁଣି ଏକ ଓଡ଼ିଆ ସିନେମା "ଅପରେସନ ୧୨/୧୭" ତାର ୫୦ ଦିନ ପ୍ରେକ୍ଷାଳୟରେ ଚାଲି ଏକ ରେକର୍ଡ ସ୍ଥାପନ କରିଛି। ଯାହାର ଖୁସିରେ ଚଳଚ୍ଚିତ୍ରର ପୁରା ୟୁନିଟ୍ କଟକ ବୃନ୍ଦାବନ ହଲରେ ଏହାର ଖୁସି ପାଳନ କରିଛି।
ଏହି କାର୍ଯ୍ୟକ୍ରମରେ ସମସ୍ତ ଅଭିନେତା ଅଭିନେତ୍ରୀ , ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ଓ କ୍ରିୟୁ ଟିମ୍ ମାନେ ପ୍ରଥମେ ଫିଲ୍ମ ଦେଖି ଥିଲେ । ଏହାପରେ ଏକା ସଙ୍ଗେ ମିଶି କେକ୍ କାଟି ୫୦ ଦିନ ଫିଲ୍ମ ହଲରେ ଚାଲିବାର ଖୁସି ପାଳନ କରିଥିଲେ। ଧିରେ ଧିରେ ଓଡ଼ିଆ ସିନେମାର ସଂଖ୍ୟା କମି ଯାଉଥିବା ବେଳେ ଅଧିକାଂଶ ଦର୍ଶକ ଓଡ଼ିଆ ସିନେମା ଠାରୁ ମୁଁହ ଫେରାଇ ନେଉଛନ୍ତି।
ଭିନ୍ନ ଏକ କଥାବସ୍ତୁକୁ ନେଇ ତିଆରି ହୋଇଥିବା ଏହି ସିନେମାର "ଅପରେସନ ୧୨/୧୭" ତାର ୫୦ଦିନ ପୂରଣ କରି ସିନେମା ହଲରେ ଆଗେଇ ଚାଲିଛି । ଯାହା ଏହି ଦର୍ଶକମାନଙ୍କ ପାଇଁ ସମ୍ଭବ ହୋଇଛି ବୋଲି କହିଛନ୍ତି ସମସ୍ତ ଟିମ୍ ମେମ୍ବର । ୫୦ଦିନ ପାଳନ ଅବସରରେ କଟକ ବୃନ୍ଦାବନ ହଲରେ ଏହାର ଅଭିନେତା , ଅଭିନେତ୍ରୀ,ଏବଂ ଟିମ ମେମ୍ବର ବେଶ୍ ଆନନ୍ଦ ଉଲ୍ଲାସର ସହ ଖୁସି ଜାହିର କରିଛନ୍ତି।