SCB ମେଡିକାଲରେ ଆରମ୍ଭ ହେଲା ଲିଭର ପ୍ରତିରୋପଣ, ନୂଆ ଜୀଵନ ପାଇଲେ ମାନସ

Published By : Prameya-News7 Bureau | May 04, 2024 IST

କଟକ: ଏସ୍ ସି ବି ମେଡିକାଲରେ ଆରମ୍ଭ ହେଲା ଲିଭର ପ୍ରତିରୋପଣ। ହାଇଦ୍ରାବାଦର ଏ ଆଇ ଜି ସହଯୋଗରେ ଏସ୍ ସି ବି ମେଡିକାଲରେ ପ୍ରଥମ ସଫଳ ଲିଭର ପ୍ରତିରୋପଣ ହୋଇପାରିଛି। ଆଗକୁ ନିୟମିତ ଭାବେ ଏସ୍ ସି ଵି ରେ ଲିଭର ପ୍ରତିରୋପଣ ହେଵା ସହ ପ୍ରତି ସପ୍ତାହ ଗୁରୁଵାର ଦିନ ଲିଭର ପ୍ରତିରୋପଣ ଆଉଟଡୋର କାର୍ଯ୍ୟ କରିବ ବୋଲି ଏସ୍ ସି ଵି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବେସରକାରୀ ମେଡିକାଲ ଗୁଡ଼ିକରେ ଏଭଳି ପ୍ରତିରୋପଣ ପାଇଁ ପ୍ରାୟ ୩୫ରୁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଅଳ୍ପ କିଛି ଖର୍ଚ୍ଚsରେ ଏସ୍ ସି ଵି ରେ ଏହି ପ୍ରତିରୋପଣ ସମ୍ଭବ ହୋଇପାରୁଛି।

Also read: ଘଷିପୁରାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସମର୍ଥକଙ୍କ ସହ ଆଲୋଚନା ପରେ ନେଲେ ନିଷ୍ପତ୍ତି

କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ମାନସ ଵାରିକ ନୂଆ ଜୀଵନ ପାଇଲେ।କଟକ ଏସ୍ ସି ଵି ମେଡିକାଲ କଲେଜରେ ମାନସଙ୍କର ସଫଳ ଲିଭର ପ୍ରତିରୋପଣ ହେଵା ପରେ ଏବେ ମାନସ ସମ୍ପୂର୍ଣ୍ଣ ସୁସ୍ଥ।ଗତ ଜାନୁୟାରୀ ମାସରେ ଲିଭର ସ୍ୟୁରୋସିସ ଚିକିତ୍ସା ପାଇଁ ମାନସ ଏସ୍ ସି ଵି ମେଡିକାଲରେ ଭର୍ତ୍ତି ହୋଇଥିଲେ।ମାନସଙ୍କର ଲିଭରଟିର ଅଧିକାଂଶ ଅଂଶ ନଷ୍ଟ ହୋଇଯାଇଥିଵାରୁ,ଲିଭର ପ୍ରତିରୋପଣ ଆଵଶ୍ୟକ ଥିଲା। ମାତ୍ର ଏଭଳି ଲିଭର ପ୍ରତିରୋପଣ ପାଇଁ ୩୫ରୁ ୪୦ଲକ୍ଷ ଟଙ୍କା ଦରକାର ପଡ଼ୁଥିବା ବେଳେ ମାନସଙ୍କ ଆର୍ଥିକ ଅଵସ୍ଥା ଭଲ ନଥିଲା। ଏହା ସହ ପ୍ରତିରୋପଣ ପାଇଁ କେହି ଲିଭର ଦାନ କରିଵା ମଧ୍ୟ ଜରୁରୀ ଥିଲା। 

ତେବେ ଏସ୍ ସି ଵିର ଲିଭର ପ୍ରତିରୋପଣ ଵିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଥିଵାରୁ ଓ ପ୍ରତିରୋପଣ ପାଇଁ ହାଇଦ୍ରାବାଦ ଏ ଆଇ ଜି ସହ ଚୁକ୍ତିନାମା ହୋଇସାରିଥିଵାରୁ ମାନସଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଥିଲା।ଏସ୍ ସି ଵି ର ଡାକ୍ତରୀ ଟିମ୍ ଏ ଆଇ ଜି ବିଶେଷଜ୍ଞ ମାନଙ୍କ ସହ ମିଶି ଲିଭର ପ୍ରତିରୋପଣ ପାଇଁ ପ୍ରସ୍ତୁତ ହୋଇଥିଲେ ଓ ମାନସଙ୍କ ପତ୍ନୀ ରଶ୍ମିତା ଲିଭର ଦାନ କରିଵା ପାଇଁ ପ୍ରସ୍ତୁତ ହୋଇଥିଲେ। ସମସ୍ତଙ୍କ ପ୍ରୟାସରେ ଗତ ମାସ ୩ତାରିଖରେ ମାନସଙ୍କ ଲିଭର ପ୍ରତିରୋପଣ କରାଯାଇଥିଲା।ଆଜି ମାନସ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।ଏସ୍ ସି ଵି କର୍ତ୍ତୃପକ୍ଷ ଓ ଏ ଆଇ ଜି ସହାୟତା ଯୋଗୁଁ ଵିନା ଖର୍ଚରେ ମାନସ ନୂଆ ଜୀଵନ ପାଇଥିଵା କହିଛନ୍ତି। ଏହା ସହ ଜୀବନରେ ସେ ଯେଭଳି ଅଵାଟରେ ଯାଇ ନିଜର ଲିଭର ଖରାପ୍ କରିଥିଲେ, ସେଭଳି ଅଵାଟରେ କେହି ନଯିଵା ପାଇଁ ମାନସ ନିବେଦନ କରିଛନ୍ତି।

ସେପଟେ ଏହି ସଫଳ ଲିଭର ପ୍ରତିରୋପଣ ପରେ ଏସ୍ ସି ଵି ପୂର୍ବ ଭାରତର ପ୍ରଥମ ସରକାରୀ ଡାକ୍ତରଖାନା ଭାଵେ ସଫଳ ଲିଭର ପ୍ରତିରୋପଣ କରିପାରିଥିଵା ମେଡିକାଲ ଭାବେ ସୁନାମ ଆଣିଥିବା କର୍ତ୍ତୃପକ୍ଷ କହିଛନ୍ତି।ଲିଭର ପ୍ରତିରୋପଣ ପାଇଁ ଗତ ଵାର ବର୍ଷ ହେବ ଏସ୍ ସି ଵିରେ ଭିତ୍ତିଭୂମି ତିଆରି ହେଉଥିଲା। କିନ୍ତୁ ଏ ଆଇ ଜି ଭଳି ଅଭିଞ୍ଜ ଅନୁଷ୍ଠାନର ସହଯୋଗ ଓ ଅନ୍ୟ ଆନୁସଙ୍ଗିକ ସୁବିଧା ହୋଇପାରିନଥିଵାରୁ ପ୍ରତିରୋପଣ ଆରମ୍ଭ ହୋଇପାରୁନଥିଲା। ଏଵେ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେଵା ସହ ଏ ଆଇ ଜି ସହାୟତା ମିଳିଵାରୁ ଏସ୍ ସି ଵି ପ୍ରତି ସପ୍ତାହରେ ଦୁଇଟି ଲିଭର ପ୍ରତିରୋପଣ କରିପାରିବ ଵୋଲି ଅଧ୍ୟକ୍ଷ କହିଛନ୍ତି। ସେହିପରି ପ୍ରତି ସପ୍ତାହର ଗୁରୁବାର ଦିନ ଲିଭର ପ୍ରତିରୋପଣ ଆଉଟଡୋର କାର୍ଯ୍ୟ କରିବ ବୋଲି ଏସ୍ ସି ଵି ପକ୍ଷରୁ କୁହାଯାଇଛି।

ତେବେ ଲିଭର ପ୍ରତିରୋପଣ ବା ଅଙ୍ଗ ପ୍ରତିରୋପଣକୁ ଚାଲୁ ରଖିଵା ପାଇଁ ଅଙ୍ଗଦାନ ପାଇଁ ସାଧାରଣ ଲୋକେ ଆଗେଇ ଆସିଵା ଆଵଶ୍ୟକ,ଯାହା ଅନେକଙ୍କ ଜୀଵନ ଵଞ୍ଚାଇ ପାରିବ ଵୋଲି ଏସ୍ ସି ଵି କର୍ତ୍ତୃପକ୍ଷ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.