News7 Logo

ଗୁଣ୍ଡିଚାଘାଗି ଜଳପ୍ରପାତରେ ଖସି ପଡ଼ି ଯୁବକ ନିଖୋଜ, ମିଳୁନି ପତ୍ତା

NEWS7
Gundichaghagi

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୁଣ୍ଡିଚାଘାଗି ଜଳପ୍ରପାତରେ ଖସି ପଡ଼ି ଯୁବକ ନିଖୋଜ ଯୁବକ ଜଣଙ୍କ ହେଲେ  ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବର୍ତନା ଗ୍ରାମର ଦେବେଶ ବେହେରା ପରିବାର ଲୋକଙ୍କ ସହିତ ପ୍ରଥମେ ଘଟଗାଁ ମା ତାରିଣୀଙ୍କୁ ଦର୍ଶନ କରିବା ପରେ ଘଟଗାଁ ନିକଟସ୍ଥ ଗୁଣ୍ଡିଚାଘାଗି ଜଳ ପ୍ରପାତକୁ ବୁଲିବାକୁ ଆସିଥିଲେ।ବୁଲିବା ସମୟରେ ଜଳ ପ୍ରପାତର ଉପରେ ଏକ ସ୍ରୋତରେ ଭାସି ଯାଇଛନ୍ତି ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଦୀର୍ଘ ଦୁଇ ଘଣ୍ଟା ପାରେ ବି ମିଳୁନି ଯୁବକଙ୍କ ସନ୍ଧାନ ମିଳିନି।​​​​​​​

ଏହା ପୂର୍ବରୁ କୋରାପୁଟର ଡୁଡୁମା ଜଳ ପ୍ରପାତରେ ଏମିତି ଘଟଣା ଘଟିଛି। ଅଗଷ୍ଟ ୨୩ରେ ଗଞ୍ଜାମ ଜିଲ୍ଲାର ୟୁଟ୍ୟୁବର କୋରାପୁଟ ଜିଲାର ଡୁଡୁମା ଜଳପ୍ରପାତରେ ଖସିପଡ଼ି ନିଖୋଜ ହୋଇଯାଇଛନ୍ତି। ତାଙ୍କର ସନ୍ଧାନ ଏ ପର୍ଯ୍ୟନ୍ତ ମିଳି ପାରିନି। ସେ ହେଲେ ଗଞ୍ଜାମ ଜିଲା ବ୍ରହ୍ମପୁର ଅଞ୍ଚଳର ସାଗର ଟୁଡୁ। ଶନିବାର ସାଗର ଜଳପ୍ରପାତ ବୁଲିବାକୁ ଯାଇଥିବା ସମୟରେ ମନୋରମ ଦୃଶ୍ୟର ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ଡ୍ୟାମରୁ ଜଳ ନିଷ୍କାସନ ହୋଇଥିଲା। ପ୍ରବଳ ସ୍ରୋତରେ ପାଣି ମାଡ଼ିଆସିବାରୁ ସାଗରଙ୍କ ଗୋଡ଼ ଖସିଯାଇଥିଲା। ଫଳରେ​‌ ସେ ଖସି ପଡ଼ି ଜଳପ୍ରପାତରେ ଭାସିଯାଇଥିଲେ। ଏହା ପରେ ତାଙ୍କର ପତ୍ତା ମିଳି ନ ଥିଲା।

କେବଳ ଏତିକି ନୁହେଁ ସେହି ସମାନ ଡୁଡୁମା ଜଳପ୍ରପାତରେ ପଶ୍ଚିମବଙ୍ଗର ଜଣେ ଯୁବ ଇଞ୍ଜିନିୟରି ଖସି ପଡ଼ି ନିଖୋଜ ହୋଇ ଯାଇଥିଲେ। ଦୀର୍ଘ ୮୨ ଦିନ ପରେ ତାଙ୍କର ମୁଣ୍ଡବିହୀନ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ସେ ଭୁବନେଶ୍ଵରରେ ରହୁଥିବା ନିଜର ଭାଇ ଓ ଭାଉଜଙ୍କ ସହ କୋରାପୁଟ ଭ୍ରମଣରେ ଆସିଥିଲେ। ଏହି ସମୟରେ ସମସ୍ତେ ଡୁଡୁମା ଜଳପ୍ରପାତ ବୁଲି ଯାଇଥିଲେ।ସୂଚନାଯୋଗ୍ୟ, ରାଜ୍ୟର ଅନେକ ଜଳପ୍ରପାତରେ ଖସି ପଡ଼ି କିମ୍ବା ବୁଡ଼ି ଅନେକଙ୍କ ମୃତ୍ୟୁ ଘଟିବାର ନିଜର ରହିଛି। ​​​​​​​