LIVE TV

ଏକାସଙ୍ଗେ ଗାଁର ୭ ସ୍ଥାନରେ ବୋମା ମାଡ, ଜଣେ ଯୁବକ ଅଟକ

NEWS7
Bhadrak

ଭଦ୍ରକ ୧୯।୯: ପତିଆରା ପାଇଁ ବୋମା ମାଡ । ଏକାସଙ୍ଗେ ୭ଟି ସ୍ଥାନରେ ବୋମା ମାଡ ହୋଇଥିବା ଅଭିଯୋଗ ହୋଇଛି । ବୋମାମାଡ କରିଥିବା ଯୁବକଙ୍କ ସମ୍ପର୍କୀୟ ଭାଇ ଅଟକ ଥିଲା ସୂଚନା ମିଳିଛି । ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ବିସାଣିଖରିଦା ଅଞ୍ଚଳରେ ଏଭଳି ବୋମା ମାଡ ହୋଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ବିସାଣିଖରିଦାର ୭ଟି ସ୍ଥାନରେ ବୋମା ମାଡ ହୋଇଛି । ଅଭିଯୁକ୍ତ ଓ ତାଙ୍କର ଜଣେ ସହଯୋଗୀ ଲଗାତାର ଭାବେ ବୋମା ମାଡ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଭଦ୍ରକ ସହରାଞ୍ଚଳ ପୋଲିସ ପହଞ୍ଚି ଜଣେ ଯୁବକଙ୍କୁ ଅଟକ ରଖିଛି । ଅଟକ ଯୁବକ ଜଣକ ବୋମା ମାଡ କରିଥିବା ଯୁବକଙ୍କ ସମ୍ପର୍କୀୟ ବୋଲି ସୂଚନା ମିଳିଛି ।

ବୋମା ମାଡ କରିଥିବା ଯୁବକ ଜଣକ ଅଭ୍ୟାସଗତ ଅପରାଧୀ ବୋଲି ସୂଚନା ମିଳିଛି । ତେବେ ଭଦ୍ରକ ପୋଲିସ ବିଭିନ୍ନ ନିକାଞ୍ଚନ ସ୍ଥାନରେ ଚଢ଼ାଉ କରୁଛି । ପାଟ୍ରୋଲିଂକୁ କଡାକଡି କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ମଧ୍ୟ ବିଭିନ୍ନ ସ୍ଥାନରେ ମିଳିତ ଭାବେ ଖୋଜାଖୋଜି କରୁଛନ୍ତି ।