Live Live
LIVE

ବିଧାନସଭାରେ ତିନି ବିଧାୟକଙ୍କ ସିଟ୍ ବଦଳାଯାଉ, ଦଳ-ବଦଳ ବିରୋଧୀ ଆଇନ ଲାଗୁ ହେଉ...

NEWS7
one-youth-and-girl-found-hanging-in-tree-in-berhampur

ଭୁବନେଶ୍ୱର ୧୭।୦୩ : ତିନି ବିଧାୟକ କଂଗ୍ରେସ ଦଳରୁ ନିଲମ୍ବନ ହୋଇଛନ୍ତି । ତେଣୁ ସେମାନଙ୍କ ସିଟ୍ ବଦଳାଯାଉ । ଦଳ ବିରୋଧୀ କାମ ପାଇଁ ତିନି କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ଏହାସହିତ ଆଗାମୀ ଦିନରେ ସେମାନଙ୍କ ବିରୋଧରେ ଦଳ-ବଦଳ ବିରୋଧୀ ଆଇନ ଲାଗୁ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ଏନେଇ ଏକ ଚିଠି ମଧ୍ୟ ବାଚସ୍ପତି ସୁରମା ପାଢୀଙ୍କୁ ଲେଖିଛନ୍ତି ରାମଚନ୍ଦ୍ର କାଡ଼ାମ୍‌ ।