ଚଳନ୍ତା ବାଇକ୍ ଉପରେ ଭାଙ୍ଗିପଡିଲା ଗଛ ଡ଼ାଳ : ଜଣେ ଛାତ୍ର ମୃତ, ୨ ଗୁରୁତର

Published By : Prameya-News7 Bureau | March 19, 2025 IST

ବୈପାରୀଗୁଡ଼ା ୧୯।୦୩ : ଏମିତି ବି ଆସେ ମୃତ୍ୟୁ । ଚଳନ୍ତା ବାଇକ୍‌ ଉପରେ ପଡିଲା ଗଛ ଡ଼ାଳ। ଘଟଣାସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ମହୁଲି ଘାଟିରେ ଘଟିଛି ଦୁର୍ଘଟଣା । 

ତିନି ଜଣ ସାଙ୍ଗ ଛିଞ୍ଚିର ଗାଁର ମହେନ୍ଦ୍ର ନାୟକ, ଜୟପୁର ଅଞ୍ଚଳର ଧର୍ମମାଳି ଏବଂ କମୁଲୁ ହରିଜନ । ସମସ୍ତେ ବୈପାରୀଗୁଡ଼ା ଡିଗ୍ରୀ କଲେଜରେ ପାଠ ପଢୁଥିଲେ । ବୁଧବାର ସକାଳ ସମୟରେ ତିନି ସାଙ୍ଗ ଏକାଠି ଏକ ବାଇକ୍‌ ଯୋଗେ କଲେଜ୍‌ ଯାଉଥିଲେ । ବୈପାରୀଗୁଡ଼ା ଥାନା ମହୁଲି ଘାଟି ନିକଟରେ ବାଇକ୍‌ ଉପରେ ଏକ ଗଛ ଡ଼ାଳ ଭାଙ୍ଗି ପଡିଥିଲା । ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.