ବାଲିପାଟଣା 04/02 : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗିଆ ଚୋଟରେ ଜଣେ ଗୁରୁତର । ବାଲିପାଟଣା ଥାନା କୁଣ୍ଢେଇ କେନାଲ୍ ନିକଟରେ ଘଟିଛି ଏହି ଘଟଣା । ଗୁରୁତର ଯୁବକ ହେଉଛନ୍ତି ମଉକାସାହିର ଅକ୍ଷୟ ଭୋଇ । ଅକ୍ଷୟଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ରେଫର କରାଯାଇଛି ।
ଅକ୍ଷୟ ଆଜି ନିଜ କାମରେ ଯାଉଥିବା ବେଳେ ମଉକା ସାହିର ଭାସ୍କର ଭୋଇ ତାଙ୍କୁ ପ୍ରଥମେ ଗାଳି ଗୁଲଜ କରିଥିଲା । ପରେ ଅକ୍ଷୟଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରି ଲହୁଲୁହାଣ କରିଥିଲା । ଏଥିରେ ଅକ୍ଷୟ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲେ । ଆକ୍ରମଣ କରି ଭାସ୍କର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି ।
Also Read- ମନୋରଞ୍ଜନ ଆଳରେ ନିଆଁକୁ ନେଇ ଖେଳ, ହାତରେ ପେଟ୍ରୋଲ ବୋତଲ ଧରି ଅସୁରକ୍ଷିତ ଭାବେ ନୃତ୍ୟ