LIVE TV
LIVE TV

ଦେଶର ଟଙ୍କା ଖାଇ ଲଣ୍ଡନରେ ପାର୍ଟି, ମୋଦିଙ୍କ ଜନ୍ମ ଦିନରେ ନାଚିଲେ ବିଜୟ ମାଲ୍ୟା, ଭିଡିଓ ଦେଖି ୟୁଜର୍ସ କ୍ଷୁବ୍ଧ

NEWS7
one-person-hospitalized-after-wild-boar-attack-in-nayagarh

ନୂଆଦିଲ୍ଲୀ: ପଳାତକ ବିଜୟ ମାଲ୍ୟା ୨୦୧୬ରେ ଦେଶ ଛାଡି ଚାଲିଯାଇଛନ୍ତି । ଭାରତରେ ତାଙ୍କ ବିରୋଧରେ ୯ହଜାର କୋଟି ଟଙ୍କାର ଋଣ ପରିଶୋଧ ନେଇ ଅନେକ ମାମଲା ରୁଜୁ ହୋଇଛି । ୫ ଜାନୁଆରୀ ୨୦୧୯ରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ‘ପଳାତକ ଅର୍ଥନୈତିକ ଅପରାଧୀ’ ଘୋଷଣା କରିଥିଲେ। ଏହା ବ୍ୟତୀତ ୧୧ ଜୁଲାଇ ୨୦୨୨ରେ ସୁପ୍ରିମକୋର୍ଟ ତାଙ୍କୁ ଅଦାଲତ ଅବମାନନା ମାମଲାରେ ୪ ମାସ ଜେଲଦଣ୍ଡ ମଧ୍ୟ ଦେଇଥିଲେ। ଲଣ୍ଡନରେ ଥିବା ମାଲ୍ୟାଙ୍କୁ ଭାରତ ଆଣିବା ଲାଗି ସବୁ ପ୍ରକାର ଚେଷ୍ଟା ଚଳାଇଛନ୍ତି କେନ୍ଦ୍ର ସରକାର। ଏହାରି ଭିତରେ ଭାରତର ଟଙ୍କାକୁ ଆତ୍ମସାତ କରି ପଳାଇଥିବା ମାଲ୍ୟା ଡ୍ୟାନ୍ସ ଭିଡିଓ ସାମନାକୁ ଆସିଛି।  

ପଳାତକ ଲଳିତ ମୋଦି ନିକଟରେ ତାଙ୍କର ୬୩ତମ ଜନ୍ମଦିନ ପାଳନ କରିଛନ୍ତି। ସେ ଲଣ୍ଡନରେ ଏକ ଭବ୍ୟ ପାର୍ଟି ସହିତ ତାଙ୍କର ବର୍ଥ ଡେ’ ସେଲିବ୍ରେସନ କରିଛନ୍ତି।ଏହି ଉତ୍ସବରେ ତାଙ୍କର ଘନିଷ୍ଠ ବନ୍ଧୁ, ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଯୋଗ ଦେଇଥିଲେ। ଲଳିତ ମୋଦି ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ମେଫେୟାରର ମ୍ୟାଡକ୍ସ କ୍ଲବରେ ଅନେକ ଅନ୍ୟ ଅତିଥିଙ୍କ ସହିତ ନାଚୁଥିବାର ଦେଖାଯାଉଛି।

ଲଳିତ ମୋଦି ଯେଉଁ ସ୍ଥାନରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି ତାହା ବହୁତ ସ୍ୱତନ୍ତ୍ର। ଏହା ଏକ ବିଳାସପୂର୍ଣ୍ଣ ହୋଟେଲ। କାରଣ ରିପୋର୍ଟ ଅନୁଯାୟୀ, ସେଠାରେ ସର୍ବନିମ୍ନ ଟେବୁଲ ଖର୍ଚ୍ଚ ପ୍ରାୟ ୧ ହଜାର ପାଉଣ୍ଡ  ଅର୍ଥାତ ପ୍ରାୟ ୧.୧୮ ଲକ୍ଷ ଟଙ୍କା। ଲଳିତ ମୋଦିଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଜନ୍ମଦିନର ଗୀତ ବାଜୁଛି। ଭିଡିଓ କ୍ଲିପରେ, ଲଳିତ ମୋଦି ବନ୍ଧୁମାନଙ୍କ ସହିତ ଘେରି ନାଚୁଥିବାର ଦେଖାଯାଉଛି। ଡିସ୍କୋ ଲାଇଟ୍ ଏବଂ ଜବରଦସ୍ତ ସାଜସଜ୍ଜା କରାଯାଇଛି। ସେୟାର କରାଯାଇଥିବା ଭିଡିଓରେ ଲେଖାଯାଇଛି "ଜନ୍ମଦିନର ଶୁଭେଚ୍ଛା, ଲଳିତ… ହସର ରାଜା।"

ଭାରତରେ ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହେଉଥିବା ଉଭୟ ପଳାତକ ବ୍ୟକ୍ତି ବର୍ତ୍ତମାନ ବ୍ରିଟେନରେ ରହୁଛନ୍ତି। ମନି ଲଣ୍ଡରିଂ ଏବଂ FEMA ଉଲ୍ଲଂଘନ ସହିତ ଜଡିତ ଅନେକ ED ମାମଲାରେ ଅଭିଯୁକ୍ତ ଲଳିତ ମୋଦି ୨୦୧୦ରେ ଭାରତ ଛାଡି ଚାଲିଯାଇଥିଲେ। କିଙ୍ଗଫିସର ଏୟାରଲାଇନ୍ସର ବକେୟା ଋଣ ସହିତ ଜଡିତ ପଳାତକ ଅର୍ଥନୈତିକ ଅପରାଧୀ ଘୋଷିତ ହୋଇଥିଲେ ମାଲ୍ୟା।