Live Live
LIVE

ବିଳମ୍ବିତ ରାତିରେ ମାତିଲା ଗୋଠ ଛଡା ଦନ୍ତା, କାନ୍ଥ ତଳେ ଚାପିହୋଇ ୨ ବର୍ଷର ଶିଶୁ ମୃତ

NEWS7
one-lakh-rupee-and-2mobile-phone-loot-at-jagmohanpur

ବାଲେଶ୍ୱର ୧୭/୦୩: ବିଳମ୍ବିତ ରାତିରେ ଘର ଭାଙ୍ଗିଦେଲା ହାତୀ । କାନ୍ଥ ତଳେ ଚାପିହୋଇ ୨ ବର୍ଷର ଶିଶୁ ମୃତ । ବାଲେଶ୍ବର ରାଇବଣିଆ ଥାନା କେନ୍ଦୁଖୁଣ୍ଟା ଗାଁରେ ଅଘଟଣ । ସୂଚନା ଅନୁଯାୟୀ, ରାଇବଣିଆ ଆଖପାଖ ଜଙ୍ଗଲରେ ୩୦ଟିକିଆ ହାତୀପଲ ଦୀର୍ଘ ଦିନ ଧରି ରହିଛନ୍ତି । ଦିନ ସମୟରେ ଜଙ୍ଗଲରେ ରହୁଥିବାବେଳେ ରାତିରେ ଗାଁରେ ପଶି ଉପଦ୍ରବ କରୁଛନ୍ତି ।

ସୋମବାର ରାତିରେ କେନ୍ଦୁଖୁଣ୍ଟା ଗାଁର ଉଦ୍ଧବ ମାରାଣ୍ଡିଙ୍କ ଘର ଭାଙ୍ଗି ଦେଇଛନ୍ତି ହାତୀପଲ ।ଯାହା ଫଳରେ ରାତିରେ ଶୋଇଥିବା ବେଳେ ପରିବାର ଲୋକଙ୍କ ଉପରେ କାନ୍ଥ ପଡିଯିବାରୁ ଉଦ୍ଧବଙ୍କ ୨ ବର୍ଷର ପୁଅ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ହାତୀଗଡ଼ ଡାକ୍ତରଖାନାକୁ ନେଇଥିବାବେଳେ, ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି । ସେପଟେ ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ହାତୀମାନଙ୍କୁ ଘଉଡ଼ାଇଥିଲେ । ଉଦ୍ଧବ ଜଣେ ଗରିବ ପରିବାରର ହୋଇଥିବାରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ଲୋକ ।

also read..

ମୁଣ୍ଡ ବିନ୍ଧା ପାଲଟିଲାଣି ପିଲା ଚୋର, ଦୁଇ ଜଣଙ୍କୁ ଉଠାଇ ନେବା ବେଳେ ଧରିଲେ ଲୋକ