ବାଲିଯାତ୍ରା ୨୦୨୫
LIVE TV

ମାଡି ଆସୁଛି ବାତ୍ୟା ଫୁଙ୍ଗ୍-ଓ୍ୱଙ୍ଗ୍ : ଧ୍ୱଂସ ହୋଇଯିବ ଫିଲିପାଇନ୍ସ !

NEWS7
one-injured-as-collision-between-truck-and-scooter-in-jajpur

ମାନିଲା, ୦୯|୧୧  : ଫିଲିପାଇନ୍ସକୁ ପୁଣି ବାତ୍ୟା ଭୟ । ମାଡି ଆସୁଛି ଝଡବାତ୍ୟା ଫୁଙ୍ଗ୍ ଓ୍ୱଙ୍ଗ୍ । କାଲମେଗୀରେ ଛିନଛତ୍ର ହୋଇଥିବା ଫିଲିପାଇନ୍ସ ଏବେ ଆଉ ଏକ ବିପଦର ସାମ୍ନା କରିବାକୁ ଯାଉଛି । ରବିବାର ରାତି ୨ଟାରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗବିତ୍ ଅନୁମାନ କରୁଛନ୍ତି ।

କୁହାଯାଉଛି ଯେ, ଫୁଙ୍ଗ୍ ଓ୍ୱଙ୍ଗ୍ କାଲମେଗୀଠୁ ଅଧିକ ଭୟଙ୍କର ହେବ । କାରଣ ଏହାର ଆକାର ଏବେ ଯାହା ଅଛି ତାହା ବଳୟରେ ସମ୍ପୂର୍ଣ୍ଣ ଫିଲିପାଇନ୍ସ ଆସିଯାଉଛି । ଫଳରେ କ୍ଷୟକ୍ଷତି ପୂର୍ବାପେକ୍ଷା ଅଧିକ ହୋଇପାରେ ।

ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଦେଶର ପୂର୍ବ ପ୍ରାନ୍ତରେ ଥିବା ଲେଟେ ଓ କେବୁରେ ବାତ୍ୟା ଲ୍ୟାଣ୍ଡଫଲ୍ କରିଥିଲା । ଏହି ଅଞ୍ଚଳରେ ଗତ ମାସରେ  ବଡ ଭୂମିକମ୍ପ ମଧ୍ୟ ହୋଇଥିଲା । ଗୋଟିଏ ବିପଦରୁ ଲୋକେ ସମ୍ପୂର୍ଣ୍ଣ  ଭାବେ ମୁକୁଳି ନଥିବା ବେଳେ କାଳ ସାଜିଥିଲା ବାତ୍ୟା କାଲମେଗୀ ବା ଟିନୋ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟରରୁ ଅଧିକ ରହିଥିଲା । ପରେ ଏହା ୧୯୫ କିଲୋମିଟରକୁ ବୃଦ୍ଧି ପାଇଥିଲା । ଯେଉଁଥିରେ ଘର ଭାଙ୍ଗିବା ସହ ଅନେକ ଲୋକ ବନ୍ୟାରେ ଭାସି ଯାଇଥିଲେ । ଏପରି ଭାବେ ୨୪୦ ଜଣ ପ୍ରାଣ ହରାଇଥିଲେ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ୬ ଜଣ ସୁରକ୍ଷାକର୍ମୀ ମଧ୍ୟ ମୃତ୍ୟୁ ମୁଖରେ ପଡିଥିଲେ।

ଏତେ ପରିମାଣରେ ଦୁର୍ଦ୍ଦଶା ଏବଂ କ୍ଷୟକ୍ଷତି କାରଣରୁ ଫିଲିପାଇନ୍ସ ରାଷ୍ଟ୍ରପତି ଫେରଡିନାଣ୍ଡ ମାର୍କୋସ ଜୁରୁରିକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ତେବେ ଫୁଙ୍ଗ୍-ଓ୍ୱଙ୍ଗ୍ ବାତ୍ୟା ପାଇଁ ଆଗକୁ ଅନେକ ଧନଜୀବନ ହାନୀ ହୋଇପାରେ।  ଏହାର ମୁକାବିଲା ପାଇଁ ଉପକୂଳର ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ସେମାନଙ୍କୁ ସଚେତନ କରାଯାଉଛି । ଘର ଓ କୋଠା ଭାଙ୍ଗିବାର ସମ୍ଭାବନା ଥିବାରୁ ସରକାରୀ କ୍ୟାମ୍ପରେ ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ।