ଦକ୍ଷିଣ କୋରିଆ ପ୍ରେମିକକୁ ଛୁରୀ ଭୁଶି ମାରିଲା ମଣିପୁର ପ୍ରେମିକା, ନିଶାସକ୍ତ ଅବସ୍ଥାରେ ହତ୍ୟା

NEWS7
one-dead-and-one-injured-as-truck-hits-bike-in-paradeep

ନୂଆଦିଲ୍ଲୀ: ଭଲ ପାଉଥିଲେ ଜଣେ ବିଦେଶୀଙ୍କୁ। ସାଙ୍ଗ ହୋଇ ଲିଭ୍- ଇନ୍‌ ବି ରହୁଥିଲେ । ହେଲେ ରାତିରେ ଘଟିଲା ଅଘଟଣ। ମହିଳା ଜଣକ ନିଜ ବିଦେଶୀ ଲିଭ୍ ଇନ୍ ପାର୍ଟନରଙ୍କୁ ଛୁରୀ ଭୁଶି କରିଦେଲେ ହତ୍ୟା। ଏଭଳି ଏକ ଚାଞ୍ଚଲ୍ୟ କର ଘଟଣାକୁ ନେଇ ଗ୍ରେଟର ନୋଏଡାରେ ଚର୍ଚ୍ଚା। ଦକ୍ଷିଣ କୋରିଆର ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ଭାରତୀୟ ଲିଭ ଇନ୍ ପାର୍ଟନର ଛୁରୀ ଭୁସି ହତ୍ୟା କରିଛନ୍ତି। ପୋଲିସ ଘଟଣାରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ମୃତକଙ୍କ ନାଁ ଡକ୍ ହି ଦକ୍ଷିଣ କୋରିଆ ଚେଓଙ୍ଗଜୁ-ସିର ନାଗରିକ। ସେ ଗୌତମ ବୁଦ୍ଧ ନଗର ଜିଲ୍ଲାର ସେକ୍ଟର ୧୫୦ ସ୍ଥିତ ATS ପିୟସ୍ ହାଇଡୱେରେ ରହୁଥିଲେ। ଡକ୍ ହିଙ୍କ ସହ ତାଙ୍କ ପାର୍ଟନର ମଣିପୁରର ବିଷ୍ଣୁପୁରର ଲୁଞ୍ଜିଆନା ପାମାଇ (୨୨) ଲିଭ୍-ଇନ୍ରେ ରହିଥିଲେ। ଡକ୍ ହି ୟୁ ଗତ ୧୦ ବର୍ଷ ଧରି ଗ୍ରେଟର ନୋଏଡାର ଏକ ଲଜିଷ୍ଟିକ୍ କମ୍ପାନୀରେ ଚାକିରି କରୁଥିଲେ। ଉଭୟ ପରସ୍ପରକୁ ଗୁଡ଼ଗାଓଁର ଏକ ପାର୍ଟିରେ ଭେଟିଥିଲେ।

ଗ୍ରେଟର ନୋଏଡା ଏଡିସିପି ସୁଧୀର କୁମାର କହିଛନ୍ତି ଲୁଞ୍ଜିଆନା ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଏଡିସିପି କହିଛନ୍ତି ଲୁଞ୍ଜିଆନା ଥାନାରେ ଦେଇଥିବା ବିବୃତ୍ତି ଅନୁସାରେ, ରବିବାର ରାତି ପ୍ରାୟ ୩ଟାରେ ଡକ୍ ହି ଖୁବ୍ ମଦ୍ୟପାନ କରୁଥିଲେ। ହେଲେ ମଦ୍ୟପାନ ନକରିବାକୁ ପାମାଇ ମନା କରିଥିଲେ। ଏହାକୁ ନେଇ ଡକ୍, ପାମାଇକୁ ଖୁବ୍ ପିଟିଥିଲେ। ଆଉ ଏଥିରେ କ୍ରୋଧ ଜର୍ଜରିତ ପାମାଇ, ଡକ୍ଙ୍କୁ ଛୁରୀ ଭୁଶି ଦେଇଥିଲେ।

ଏହା ପରେ ହି ତଳେ ପଡ଼ିଯିବା ପରେ ପମାଇ ତାଙ୍କ ଡ୍ରାଇଭର ମନଦୀପ ସିଂହଙ୍କୁ ଫୋନ୍ କରିଥିଲେ। ହେଲେ ଡ୍ରାଇଭର ସକାଳେ ପହଞ୍ଚିଥିଲେ। ତେବେ ଏହା ପରେ ପମାଇ ଡ୍ରାଇଭରଙ୍କ ସହାୟତାରେ ଡକ୍ଙ୍କୁ ଆମ୍ବୁଲାନ୍ସ ଯୋଗେ GIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ। ମାତ୍ର ସେତେବେଳକୁ ହିଙ୍କ ମୃତ୍ୟୁ ହୋଇସାରିଥିଲା।

ଏଡିସିପି କହିଛନ୍ତି, ଡକ୍ଙ୍କ ମୃତ୍ୟୁ ଖବର ପାଇବା ପରେ ପାମାଇ ଚୁପ ଚାପ ସେଠାରେ ଚାଲିଯାଇଥିଲେ। ପୋଲିସ କହିଛି, ଦକ୍ଷିଣ କୋରିଆରେ ଥିବା ହିଙ୍କ ପରିବାରକୁ ସୂଚନା ଦିଆଯାଇଛି। ସେମାନେ ନୋଏଡା ଆସୁଛନ୍ତି। ଡ୍ରାଇଭରଙ୍କ ଅଭିଯୋଗ ଆଧାରରେ ନଲେଜ୍ ପାର୍କ ପୋଲିସ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩ (ହତ୍ୟା) ଅନୁଯାୟୀ ପାମାଇଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବାବେଳେ ଅଧିକ ତଦନ୍ତ ଚାଲିଛି।