ଖେଳ ସାଙ୍ଗକୁ ମସ୍ତି! ଅଲିମ୍ପିକରେ ଆଥଲେଟ୍ ଙ୍କୁ ବଣ୍ଟାଗଲା ୨,୨୦,୦୦୦ ପୁରୁଷ ଓ ମହିଳା କଣ୍ଡୋମ

Published By : Prameya-News7 Bureau | July 31, 2024 IST

ପ୍ୟାରିସ୍ : କ୍ରିଡା ମହାକୁମ୍ଭ ଅଲିମ୍ପିକ୍ସ ଆରମ୍ଭ ହୋଇଗଲାଣି। ରଙ୍ଗାରଙ୍ଗ ଓପନିଂ ସେରିମନି ସହିତ ଅଲଗା ଅଲଗା ଖେଳ ସମ୍ପର୍କିତ ୧୦ ହଜାରରୁ ଅଧିକ ଆଥଲେଟ୍ ପ୍ୟାରିସ୍‌ ରେ ସେମାନଙ୍କ କୌଶଳ ପ୍ରଦର୍ଶନ କରୁଛନ୍ତି। ଏହି ଅବସରରେ ୨୦୦ରୁ ଅଧିକ ଦେଶର ଖେଳାଳି ପ୍ୟାରିସ୍ ଅଲିମ୍ପିକ କ୍ରିଡା ଗ୍ରାମରେ ଏକତ୍ର ସମୟ କଟାଇବେ। ଏହି କାରଣରୁ ଅଲିମ୍ପିକ ସଂଘ ଦ୍ୱାରା ପ୍ୟାରିସ୍ କ୍ରିଡା ଗ୍ରାମରେ ୨ଲକ୍ଷରୁ ଅଧିକ ପୁରୁଷ ଓ ମହିଳା କଣ୍ଡୋମ ଆବଣ୍ଟନ କରାଯାଇଛି। 

ଏଥିରେ ପ୍ରତ୍ୟେକ ଆଥଲେଟଙ୍କୁ ୨୦ଟି ଲେଖାଏଁ କଣ୍ଡୋମ ମିଳିଛି। କେବଳ ଏତିକି ନୁହେଁ ଆଥଲିଟଙ୍କୁ ଖାସ ପ୍ରକାରର ଲଭ କିଟ୍‌ ମଧ୍ୟ ଦିଆଯାଉଛି। ଏଥିରେ କଣ୍ଡୋମ ବ୍ୟତୀତ ଇଣ୍ଟିମେସି ଲାଗି ଅଲଗା ଅଲଗା ଜିନିଷ ବି ରହିଛି। କ୍ରିଡା ଗ୍ରାମରେ ଦିଆଯାଉଥିବା ୱେଲକମ କିଟ୍‌ରେ ଡେଣ୍ଟଲ ଡେମ୍ସ ମଧ୍ୟ ଦିଆଯାଉଛି। ଅଲିମ୍ପିକରେ ଏଥର ପ୍ରଥମ ଥର ଏପରି ସବୁ ସାମଗ୍ରୀ ଦିଆଯାଉଛି। କାରଣ ପ୍ୟାରିସ୍ ଅଲିମ୍ପିକରେ ଅଥଲେଟମାନଙ୍କ ସୁଖ ସୁବିଧାର ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଉଛି। 

ଟୋକିଓ ଅଲିମ୍ପିକ କାଳରେ କୋଭିଡ ପ୍ରୋଟକଲ ଯୋଗୁ ଆଥଲେଟମାନଙ୍କ ଇଣ୍ଟିମେସି ଉପରେ ଅନେକ ପ୍ରକାରର କଟକଣା ଲଗାଯାଇଥିଲା। ତେବେ ପ୍ୟାରିସ୍ ଅଲିମ୍ପିକରେ ଏପରି କୌଣସି କଟକଣା ନାହିଁ। ଖାସ ଏହି କାରଣରୁ ଅଲିମ୍ପିକ୍ ସଂଘ ପକ୍ଷରୁ ଆଥଲେଟଙ୍କ ସବୁ ପ୍ରକାରର ସୁବିଧା ପ୍ରତି ଧ୍ୟାନ ଦିଆଯାଉଛି। ଏହା ସହିତ ପ୍ୟାରିସ ଅଲିମ୍ପିକ କ୍ରିଡା ଗ୍ରାମରେ ଆଥଲେଟଙ୍କ ଲାଗି ଆଣ୍ଟି ସେକ୍ସ ବେଡ ପକାଯାଇଛି। ତେବେ ପ୍ୟାରିସ୍ ଅଲିମ୍ପିକ ଆଥଲେଟଙ୍କ ଲାଗି ଏଠାରେ ଖାସ ପ୍ରକାରର ବେଡ ତିଆରି କରାଯାଇଛି। ଏହି ପ୍ରକାରର ବେଡ କେବଳ ଆଥଲେଟଙ୍କ ଶୋଇବା ପାଇଁ ହିଁ କାମ ଦେବ। ତେବେ ଏହା ଆଣ୍ଟି ସେକ୍ସ ବେଡ ନୁହେଁ ବୋଲି ଆୟୋଜକ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.