LIVE TV

ସରକାରୀ ଅଧିକାରୀ ଶାସକ ଦଳ ପାଇଁ କାମ କରୁଛନ୍ତି, ସିଇଓଙ୍କୁ ଫେରାଦ ହେଲା ବିଜେଡି

NEWS7
old-man-walk-240-km-to-puri-for-jagannath-darshan

ଭୁବନେଶ୍ୱର ୦୮।୧୧ : ନୂଆପଡ଼ା ଉପନିର୍ବାଚନ। ପ୍ରଚାରରେ କମ୍ପୁଛି ପୁରା ନୂଆପଡ଼ା । ଏହିକ୍ରମରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜୁ ଜନତା ଦଳ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିର୍ବାଚନ ଆଚରଣ ସହିଂତା ଭାଙ୍ଗୁଛନ୍ତି ।

ବିଜେଡି ଆହୁରି ମଧ୍ୟ କହିଛି ଯେ, ଶୁକ୍ରବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରଚାରକୁ ଆସିଥିଲେ । ଯେଉଁଥିରେ ଭୟଭୀତ ହୋଇ ଆଜି ମୁଖ୍ୟମନ୍ତ୍ରୀ ନୂଆପଡ଼ା ଯାଇଛନ୍ତି । ଏହି ଗସ୍ତ ପାଇଁ ଖରିଆର ରୋଡ୍‌କୁ କାହିଁକି ବ୍ଲକ କରାଗଲା । ନୂଆପଡ଼ା ଜିଲ୍ଲାପାଳ, ଏସ୍ପି ଓ ଆଇଜି ହିମାଂଶୁ ଲାଲ୍ ସରକାରୀ ଦଳ ପାଇଁ କାମ କରୁଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେଡି । ଶୁକ୍ରବାର ଜାଣିଶୁଣି ବିନା କାରଣରେ ବିମାନବନ୍ଦରରେ ନବୀନ ପଟ୍ଟନାୟକଙ୍କୁ ବ୍ଲକ କରାଗଲା । ଯେଉଁଥି ପାଇଁ ତାଙ୍କ ଗୋଡ଼ରେ ଆଘାତ ଲାଗିଲା । ତାଙ୍କ ସଭାରୁ କିପରି ଲୋକ ପଳାନ୍ତୁ, ସେହି ଚକ୍ରାନ୍ତ କରାଯାଇଥିଲା । ହେଲେ ନୂଆପଡ଼ାବାସୀ ନବୀନଙ୍କୁ ନିଜ ଭଲ ପାଇବା ଅଜାଡ଼ି ଦେଇଥିଲେ । 

ସେହିପରି ଗଞ୍ଜାମର ଏକ ସ୍କୁଲ କିରାଣୀ ରଞ୍ଜିତ ପାତ୍ର ନୂଆପଡ଼ା ଯାଇ ବିଜେପି ଲାଗି ପ୍ରଚାର କରୁଛନ୍ତି । ରଞ୍ଜିତ ଜଣେ ବିଜେପି ବିଧାୟକଙ୍କ ସଂପର୍କୀୟ ବୋଲି ଶୁଣିବାକୁ ମିଳିଛି । ଯଦି ଏହା ସତ, ତେବେ ସାଙ୍ଘାତି କଥା । ନିଜ ପରିବାର ଓ ସରକାରୀ କଳକୁ ଲଗାଇ ଭୋଟ ହାତେଇବାକୁ ବିଜେପି ଚେଷ୍ଟା କରୁଛି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ସରକାରୀ ଅଧିକାରୀ ଯେପରି ବିଜେପି ନେତାଙ୍କ ସହ ଉପନିର୍ବାଚନରେ ନ ସାମିଲ ହୁଅନ୍ତୁ । ସେନେଇ ପଦକ୍ଷେପ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛି ବିଜେଡି ।