LIVE TV
LIVE TV

୧୭,୪୪୦ କୋଟି ଅତିରିକ୍ତ ବ୍ୟୟ ବରାଦ: କେଉଁ ବିଭାଗକୁ କେତେ ମିଳିଲା ?

NEWS7
old-man-died-who-attempt-suicide-in-front-of-sp-office-alleging-non-cooperation-of-police-in-kendrapara

ଭୁବନେଶ୍ୱର:ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ବିଧାନ ସଭାର ୨୦୨୫-୨୬ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିପାଇଁ ମୋଟ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟବରାଦ ପାଇଁ ବିଧାନସଭାରେ ଅନୁମୋଦନ ପାଇଁ ଉପସ୍ଥାପନା କରାଯାଇଛି।

ଏଥିରେ ପ୍ରଶାସନିକ ବ୍ୟୟ ବାବଦକୁ ୩,୩୮୯ କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୧୩,୭୧୬ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ୧୭୧ କୋଟି ଟଙ୍କା ବ୍ୟବ ଆବଣ୍ଟନ ହୋଇଛି। ସେହିପରି ରାଜ୍ୟ ମୂଳ ବଜେଟରୁ ୧୬୪ କୋଟି ଟଙ୍କା ସ୍ଥାନାନ୍ତର ମୋଟ ୧୭,୪୪୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି।

ଅତିରିକ୍ତ ବଜେଟର ଆବଶ୍ୟକତା

(୧)ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପ ଗୁଡକିୁ ସମ୍ପୂର୍ଣ୍ଣ ଖରିବା ପାଇଁ ଅତିରିକ୍ତ ପାଣ୍ଠି ର ଆବଶ୍ୟକତା ରହିଛି।
(୨
)ପ୍ରଚଳିତ କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଭାରତ ସରକାରଙ୍କର ଘୋଷିତ ନୂଆ ଯୋଜନା ପାଇଁ ବ୍ୟୟବରାଦ।
(୩) ଓଡ଼ିଶା ଆକଶ୍ମୀକ ପାଣ୍ଠିରୁ ନିଆଯାଇଥିବା ଆଗ୍ରୀମ ପାଣ୍ଠିରୁ ଭରଣା।

(୪)ବିଭିନ୍ନ ଦାବି ଅନ୍ତର୍ଗତ ହିସାବ ଉପସ୍ଥାପନା