ଘଟଗାଁ ୨୬।୬: ଭାଲୁ ନେଲା ଜୀବନ । ଜଙ୍ଗଲୀ ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ୩ଟି ଭାଲୁ ଏକ ସଙ୍ଗେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ କୋଳିପଶି ଗାଁ ନିକଟ ଅଟେଇ ଜଙ୍ଗଲରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳୁ କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ କୋଳିପଶି ଗାଁର ନୁନୁ ନାଏକ ନିଜ ଛେଳି ପାଇଁ ଡାଳପତ୍ର ଆଣିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ସେହି ସମୟରେ ତାଙ୍କୁ ହଠାତ ୩ଟି ଭାଲୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୁଣ୍ଡ ଓ ପେଟରେ ଗଭୀର ଆଘାତ ଲାଗିଥିଲା । ନିକଟରେ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇଥିବା ଲୋକେ ତାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ଆସିଥିଲେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
You Can Read:
ପାନ ଦୋକାନୀ ମାଡ଼ରେ ଯୁବକଙ୍କ ମୃତ୍ୟୁ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ