ବାଲିପାଟଣା ୨।୨: ବୃଦ୍ଧଙ୍କ ଉପରେ ଚଢ଼ିଗଲା ହାଇୱା, ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ନୂଆସାହି ଗ୍ରାମର ବାସନ ପଣ୍ଡା । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ପ୍ରତାପରୁଦ୍ରପୁର ଗ୍ରାମ ହାଇସ୍କୁଲ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ଘଟାଇ ହାଇୱା ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଛି ।
ସୂଚନାଯୋଗ୍ୟ ଯେ, ବାସନ ପଣ୍ଡା ସ୍କୁଟର ଯୋଗେ ଘରକୁ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ହାଇୱା ତାଙ୍କ ଉପରେ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇ ହାଇୱା ଚାଳକ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । କିଛି ଦିନ ପୂର୍ବେ ହାଇୱା ଧକ୍କାରେ କାକରୁଦ୍ରପୁରର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ବାରମ୍ବାର ହାଇୱା ଦୁର୍ଘଟଣା ଘଟାଉଥିବାରୁ ହାଇୱା ଚଳାଚଳ ଉପରେ ରୋକ୍ ଲଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
You Can Read:
କଣ୍ଟାବାଞ୍ଜିରେ ଅନଲାଇନ୍ ବେଟିଂ ଗେମ୍ରେ ପୋଲିସର ଚଢ଼ାଉ, ମାଷ୍ଟର ମାଇଣ୍ଡ ସହ ୫ ଗିରଫ