ଆନନ୍ଦପୁର ୧୬।୦୬ : ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ । ପରିବାର ପକ୍ଷରୁ ଆସିଛି ହତ୍ୟା ଅଭିଯୋଗ ।କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଘଷିପୁରା ଥାନା ଶୈଲଙ୍ଗ ଗାଁ ଶିବ ମନ୍ଦିର ନିକଟ ପୋଖରୀ ଆଡିର ଥିବା ଏକ ଗଛରୁ ଠାବ ହୋଇଛି ବୃଦ୍ଧଙ୍କ ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ଗାଁର କିଛି ଲୋକ ପୋଖରୀ ଆଡକୁ ଯାଇଥିଲେ । ସେଠାରେ ଦେଖନ୍ତି ତ ପୋଖରୀ ହୁଡ଼ାରେ ଥିବା ଏକ ଗଛରେ ଜଣେ ବୃଦ୍ଧଙ୍କ ମୃତଦେହ ଝୁଲୁଛି । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହ ବୃଦ୍ଧଙ୍କ ପରିଚୟ ମଧ୍ୟ ମିଳିଛି । ମୃତ ଯୁବକ ସେହି ଗାଁର ଧରଣୀଧର ରାଉତ ବୋଲି ଜଣାଡିଥିଲା । ଏହାପରେ ତୁରନ୍ତ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ । ଆଉ କହିଥିଲେ କି, ଘରେ କୌଣସି ବିବାଦ ନଥିଲା । ତେଣୁ ଧରଣୀଧର ଆତ୍ମହତ୍ୟା କରିଥିବା ଘଟଣାକୁ ସ୍ୱୀକାର କରିପାରୁନାହାନ୍ତି ପରିବାର ଲୋକେ । ତାଙ୍କୁ କେହି ମାରି ଗଛରେ ଟାଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଘଷିପୁରା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଷ୍ଟମର୍ଟମ ରିପୋର୍ଟ ଓ ପୋଲିସର ପ୍ରାଥମିକ ରିପୋର୍ଟ ପରେ ହିଁ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।