LIVE TV

ବିମାନ ଦୁର୍ଘଟଣା ଯାଞ୍ଚକୁ ନେଇ ପ୍ରଥମ ଥର ଭାରତରେ ହେବ ଅନ୍ତର୍ଜାତୀୟ ବୈଠକ, ଆୟୋଜନ କରିବେ AAIB

NEWS7
old-building-eviction-start-in-puri

ନୂଆଦିଲ୍ଲୀ ୨୬।୧୦: ବିମାନ ଦୁର୍ଘଟଣାଗୁଡିକର ଯାଞ୍ଚ ଓ ଏଥିରୁ କିପରି ଶିକ୍ଷା ନିଆଯାଇ ପାରିବ ଏହି ବିଷୟକୁ ନେଇ ପ୍ରଥମ ଥର ଭାରତରେ ଏକ ଅନ୍ତର୍ଜାତୀୟ ବୈଠକ ଅନୁଷ୍ଠିତ ହେବ। ଏସିୟା ପେସିଫିକ୍ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ଗ୍ରୁପ (ଏପିଏସି-ଏଆଇଜି) ର ଏହି ବୈଠକ ଆୟୋଜନ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଧିନରେ କାର୍ଯ୍ୟରତ ବିମାନ ଦୁର୍ଘଟଣା ଯାଞ୍ଚ ବ୍ୟୁରୋ (ଏଏଆଇବି) କରିବେ, ଯାହା ୨୮ରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ।

ଏଥିରେ ସମ୍ମିଳନୀ ସହିତ ୱାର୍କସପ୍ ମଧ୍ୟ ଅନୁଷ୍ଠିତ ହେବ। ଯେଉଁଥିରେ ସଦସ୍ୟ ଦେଶମାନଙ୍କରେ ବିମାନ ଦୁର୍ଘଟଣା ଯାଞ୍ଚ କରୁଥିବା ବିଭିନ୍ନ ବିଭାଗଙ୍କ ୯୦ଜଣ ପ୍ରତିନିଧି ଅଂଶଗ୍ରହଣ କରିବେ। ଏହା ଛଡା କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଏଜେନ୍ସୀଙ୍କ ପ୍ରତିନିଧି ମଧ୍ୟ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମକୁ ବେସାମରିକ ବିମାନଚଳାଚଳ ମନ୍ତ୍ରୀ ରାମମୋହନ ନାୟଡୁ ଉଦଘାଟନ କରିବେ। ଏ ନେଇ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏପରି କାର୍ଯ୍ୟକ୍ରମ ଦ୍ୱାରା ବିମାନ ଯାଞ୍ଚ ଦୁର୍ଘଟଣାକୁ ନେଇ କ୍ଷମତା ସୂଧାର କରିବାରେ ସହାୟତା ମିଳିଥାଏ ଓ ଅନ୍ତର୍ଜାତୀୟ ସହଯୋଗ ମଧ୍ୟ ବଢିବ।

ବୈଠକରେ ବିମାନ ଦୁର୍ଘଟଣାର ବିଭିନ୍ନ ଦିଗ ନେଇ ଆଲୋଚନା ହେବ। ଏଥିରେ ଯାଞ୍ଚ ପ୍ରକ୍ରିୟା, ଡାଟା ବିଶ୍ଳେଷଣ, ସୁରକ୍ଷା ମାନକ ଓ ଅନ୍ତର୍ଜାତୀୟ ସହଯୋଗ ମଧ୍ୟ ସାମିଲ ରହିଛି। ବିଶେଷଜ୍ଞଙ୍କ ଅନୁସାରେ ଏହି ବୈଠକର ଗୁରୁତ୍ୱ ଏଥି ପାଇଁ ବଢି ଯାଉଛି ଯେ ନିକଟରେ ଅହମଦାବାଦରେ ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୪୧ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଏହା ଛଡା ବିମାନ ଯେଉଁଠି ଖସିପଡିଥିଲା ସେହି ଭବନରେ ମଧ୍ୟ ୧୯ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି ପୃଷ୍ଠଭୂମିରେ ଏପିଏସ-ଏଆଇଜିର ଆଗାମୀ ବୈଠକ ନା କେବଳ ବୈଷୟିକ ଜ୍ଞାନ ବିତରଣରେ ସହାୟକ ହେବ ବରଂ ଆଞ୍ଚଳିକ ସ୍ତରରେ ଦୁର୍ଘଟଣା ନିୟନ୍ତ୍ରଣ ଓ ଯାଞ୍ଚ ପ୍ରଣାଳୀକୁ ମଜଭୁତ କରିବାର ଅବସର ମଧ୍ୟ ଦେବ।