ବିମାନ ଦୁର୍ଘଟଣା ପୂର୍ବରୁ ଅଜିତ ପାୱାରଙ୍କ ଶେଷ ପୋଷ୍ଟ, କାହାକୁ ମନେ ପକାଇଥିଲେ ଡେପୁଟି ସିଏମ୍ ?

NEWS7
oil-companies-hike-cooking-gas-price-by-50-rupees

ମୁମ୍ୱାଇ ୨୮/୦୧: ଅଶୁଭ ବୁଧବାର । ଦେଶ ହରାଇଲା ଏନ୍ସିପିର ଜଣେ ଟାଣୁଆ ନେତାଙ୍କୁ । ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ମହାରାଷ୍ଟ୍ର ବାରାମତି ଜିଲ୍ଲା ପରିଷଦ ନିର୍ବାଚନ ପ୍ରଚାର ପାଇଁ ଚାଟାର୍ଡ ପ୍ଲେନରେ ଯାଉଥିଲେ ଅଜିତ୍ । ଅବତରଣ ବେଳେ ବିମାନ ଖସିପଡ଼ି ସେଥିରେ ନିଆଁ ଲାଗିଯାଇଥିଲା ।

ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଅନେକଙ୍କ ମୃତ୍ୟୁ ହୋଇଥିବା ଡିଜିସିଏ ସୂଚନା ଦେଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବିମାନ ଦୁର୍ଘଟଣା ଘଟିବା ପରେ ତୁରନ୍ତ ଅଜିତଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ଅଜିତ୍ ପୱାର ମହାରାଷ୍ଟ୍ର NCPର ଜଣେ ବରିଷ୍ଠ ଓ ଅଭିଜ୍ଞତା ସମ୍ପନ୍ନ ନେତା ଥିଲେ ।

​​​​​​​

ସୂଚନା ଥାଉକି, ଦୁର୍ଘଟଣାର କିଛି ସମୟ ପୂର୍ବରୁ ଅଜିତ ପାୱାର କରିଥିଲେ ଶେଷ ପୋଷ୍ଟ । ପାୱାର ମହାନ ସ୍ୱାଧୀନତା ସଂଗ୍ରାମୀ ଲାଲା ଲଜପତ ରାୟଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ। ସକାଳ ୮.୪୫ ରେ ଏକ୍ସରେ ପୋଷ୍ଟ କରି ଲେଖିଥିଲେ "ମହାନ ସ୍ୱାଧୀନତା ସଂଗ୍ରାମୀ, ସ୍ୱରାଜ୍ୟର ପ୍ରଚାରକ, 'ପଞ୍ଜାବ କେଶରୀ' ଲାଲା ଲଜପତ ରାୟଙ୍କ ଜନ୍ମବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ।

ଯିଏ ଆମ ଦେଶର ସ୍ୱାଧୀନତା ପାଇଁ ସର୍ବସ୍ୱ ବଳିଦାନ ଦେଇଥିଲେ । ତାଙ୍କର ଦେଶପ୍ରେମ ଆମକୁ ସର୍ବଦା ପ୍ରେରଣା ଦେବ।କହିବାକୁ ଗଲେ ଦେବେନ୍ଦ୍ର ଫଡନାବିସଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଶାସନ ମଙ୍ଗ ଧରିଥିଲେ । ତାଙ୍କର ଏଭଳି ଅକାଳ ବିୟୋଗରେ ଜାତୀୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି ।