ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନରେ ଭୟର ମାହୋଲ ସୃଷ୍ଟି ହୋଇଛି। ପୁଣି ଆଜି ସକାଳେ ଭାରତ ପାକିସ୍ତାନର ଅନେକ ସହର ଉପରେ ଡ୍ରୋନ ଆକ୍ରମଣ କରିଛି। ଫଳରେ ସମଗ୍ର ପାକିସ୍ତାନରେ ଆତଙ୍କ ଖେଳି ଯାଇଛି। ଏହାର ଦୃଶ୍ୟ ପାକିସ୍ତାନ ସଂସଦରେ ବି ଦେଖିବାକୁ ମିଳିଛି। ଗୁରୁବାର ସଂସଦରେ ବିତର୍କ ସମୟରେ ପାକିସ୍ତାନୀ ସାଂସଦ ତାହିର ଇକବାଲ ଭୋ ଭୋ ହୋଇ କାନ୍ଦିବାରେ ଲାଗିଥିଲେ। ଇକବାଲ କହିଛନ୍ତି, ‘ୟା ଖୁଦା ଆଜ ବଚାଲୋ’। ପ୍ରାର୍ଥନା କରୁଛୁ ଆଲ୍ଲାହ ଆମ ଦେଶର ସୁରକ୍ଷା କରନ୍ତୁ ଏବଂ ଆମକୁ ଏକାଠି ରଖନ୍ତୁ। ଉଲ୍ଲେଖନୀୟ ପହଲଗାମ ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେଇଛି।
Also read: IND-PAK ଉତ୍ତେଜନା ମଧ୍ୟରେ USର ଆଡଭାଇଜରି, ନିଜ ନାଗରିକଙ୍କୁ ଲାହୋର ଛାଡ଼ିବାକୁ ନିର୍ଦ୍ଦେଶ
ଗତକାଲି ରାତିରେ ପାକିସ୍ତାନ ଭାରତର ୧୫ ସହର ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ରାତି ୧ଟାରେ ଡ୍ରୋନରୁ ମିସାଇଲ ଆଟାକ୍ କରିଥିଲା, ମାତ୍ର ପାକିସ୍ତାନର ପ୍ରତିଟି ଦୁଃସାହାସର ମୁହଁତୋଡ ଜବାବ ଦେଇଛି ଭାରତ। ପାକିସ୍ତାନ ପକ୍ଷରୁ ଭାରତର ଅମୃତସର, କପୁରଥଲା, ଜଳନ୍ଧର, ଲୁଧିଆନା, ବଠିଣ୍ଡା, ଚଣ୍ଡିଗଡ଼, ପଠାନକୋଟ, ଶ୍ରୀନଗର, ଅବନ୍ତିପୋରା, ଆଦମପୁର, ଫଲୌଦୀ, ଭୁଜରେ ବି ଆକ୍ରମଣ କରିବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ଭାରତ ପାକିସ୍ତାନର ସବୁ ମିସାଇଲକୁ ଆକାଶରେ ମାରି ଖସାଇ ଦେଇଛି।
ପାକିସ୍ତାନର ଏମିତି ହୀନ ଉଦ୍ୟମର ଜବାବରେ ଭାରତୀୟ ସେନା ଗୁରୁବାର ସକାଳେ ପାକିସ୍ତାନର ଅନେକ ଏୟାର ଡିଫେନ୍ସ ସିଷ୍ଟମକୁ ଟାର୍ଗେଟ୍ କରିଥିଲେ। ଏହି ସମୟରେ ଲାହୋରର ଏକ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଛି ଭାରତ। ପହଲଗାମ ଆକ୍ରମଣ ପରେ, ଯେଉଁ ପାକିସ୍ତାନୀ ନେତାମାନେ ନିରନ୍ତର ପରମାଣୁ ଆକ୍ରମଣର ଧମକ ଦେଉଥିଲେ, ସେମାନେ ସେମାନଙ୍କର ସବୁ ଅହଙ୍କାର ଚୂର୍ଣ୍ଣ ହୋଇଛି।
UNIMAGINABLE PUNISHMENT: They're broken. Pak MP begs General Munir, "save Pak from India". The MP is a former Army major. pic.twitter.com/wNROjhsOmJ
— Rahul Shivshankar (@RShivshankar) May 8, 2025
ପରିସ୍ଥିତି ଏପରି ହୋଇଛି ଯେ ଏକ ବିଦେଶୀ ଚ୍ୟାନେଲ ସହିତ କଥାବାର୍ତ୍ତା ସମୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଛନ୍ତି ଯେ ଆମେ ଯୁଦ୍ଧକୁ ଏଡାଇବାକୁ ଚେଷ୍ଟା କରୁଛୁ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆସିଫ୍ କହିଛନ୍ତି ଯେ ଯଦି ଭାରତ ପଛକୁ ହଟିଯାଏ, ତେବେ ଆମେ ନିଶ୍ଚିତ ଭାବରେ ଏହି ଉତ୍ତେଜନାକୁ ସମାପ୍ତ କରିବୁ।