IND-PAK ଉତ୍ତେଜନା ମଧ୍ୟରେ USର ଆଡଭାଇଜରି, ନିଜ ନାଗରିକଙ୍କୁ ଲାହୋର ଛାଡ଼ିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | May 08, 2025 IST

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉତ୍ପନ ହୋଇଛି। ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ନିଜର ନାଗରିକ ଓ ଦୂତାବାସର ଅଧିକାରୀଙ୍କ ପାଇଁ ଆଡଭାଇଜରି ଜାରି କରିଛି। ଆମେରିକା ନିଜ ନାଗରିକଙ୍କୁ ଲାହୋର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ ଦୂତାବାସର ନିଜର ଅଧିକାରୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଦେଇଛି। ପାକିସ୍ତାନର ଲାହୋର ସମେତ ଅନ୍ୟ ସହରରେ ଭାରତ ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଛି, ଯେଉଁଥିରେ ପଡ଼ୋଶୀ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।

ଆମେରିକା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଲାହୋର ଓ ଏହାର ଆଖପାଖ ଅଞ୍ଚଳରେ ଡ୍ରୋନ ବିସ୍ଫୋରଣ, ଡ୍ରୋନ ପକାଯିବା ଓ ବିମାନ ବନ୍ଦରରେ ସମ୍ଭାବିତ ଅନୁପ୍ରବେଶ କାରଣରୁ ମହା ବାଣିଜ୍ୟିକ ଦୂତାବାସ ପାକିସ୍ତାନ ସ୍ଥିତ ନିଜର ସମସ୍ତ ବାଣିଜ୍ୟିକ ଦୂତାବାସର କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଦେଇଛି। ନାଗରିକ ତୁରନ୍ତ ଲାହୋର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯଇଛି। ଯଦି ସୁରକ୍ଷିତ ଭାବେ ସଂଘର୍ଷ ଅଞ୍ଚଳରୁ ବାହାରି ପାରିବେ ତେବେ ବାହାରି ଯାଆନ୍ତୁ। ନଚେତ୍ ସୁରକ୍ଷିତ ସ୍ଥାନରେ ରହିବା ଉଚିତ୍ ବୋଲି  ଆମେରିକା ନିଜ ଆଡଭାଇଜରିରେ କହିଛି। 

Also raed: ପାକିସ୍ତାନରେ HQ-9 ଡିଫେନ୍ସ ସିଷ୍ଟମ୍ ଧ୍ୱଂସ, ଚୀନ୍‌ଠୁ କିଣିଥିଲା ପ୍ରତିରକ୍ଷା ପ୍ରଣାଳୀ

ସୂଚନାଯୋଗ୍ୟ, ପହଲଗାମ ହମଲା ପରେ ଭାରତ ପ୍ରତିଜବାବ ଦେଇ ପାକିସ୍ତାନ ଓ ପିଓକେ ସ୍ଥିତ ୯ ଆତଙ୍କବାଦୀ କେନ୍ଦ୍ର ଉପରେ ଏୟାରଷ୍ଟ୍ରାଇକ କରି ଧ୍ଵଂସ କରିଛି। ଏହି ଅପରେସର ନାଁ ଅପରେସନ ସିନ୍ଦୂର ନାଁରେ ନାମିତ କରାଯାଇଛି। ଏଥିରେ ବିଚଳିତ ପାକିସ୍ତାନ ଏଲଓସିରେ ଆଖିବୁଜା ଗୁଳିମାଡ଼ କରୁଛି। ଗତ ରାତିରେ ପାକିସ୍ତାନ ଚଣ୍ଡିଗଡ଼, ଅମୃତସର ସମେତ ୧୫ଟି ଭାରତୀୟ ସ୍ଥାନରେ ହମଲା କରିବାକୁ ଉଦ୍ୟମ କରିଛି। ମାତ୍ର ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ପାକିସ୍ତାନର ସବୁ ଉଦ୍ୟମକୁ ପଣ୍ଡ କରିଛି। ଏହାର ଜବାବରେ ଭାରତ ପାକିସ୍ତାନର ଲାହୋର, ସିୟାଲକୋଟ, ରାଓ୍ଵଲପିଣ୍ଡି ସମେତ ଅନେକ ସହର ଉପରେ ଡୋନ ଆକ୍ରମଣ କରିଛି। ଲାହୋର ସ୍ଥିତ ଏୟାର ଡିଫେନ୍ସ ସିଷ୍ଟମକୁ ମଧ୍ୟ ଭାରତ ଧ୍ଵଂସ କରି ଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.