ଭୁବନେଶ୍ବର ୨୮।୫: ବଢ଼ିଲା ମନ୍ତ୍ରୀ ଓ ଅଫିସର୍ଙ୍କ ମାସିକ ଗାଡ଼ି ଖର୍ଚ୍ଚ । ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର । ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସରକାର ସଂଶୋଧନ କରିଛନ୍ତି । ଏହି ସଂଶୋଧନ ଅନୁସାରେ, ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ ୫୦,୪୦୦ ଟଙ୍କା ହୋଇଛି । ଜିଲ୍ଲାପାଳ, ଏସ୍ପିଙ୍କ ଗାଡ଼ି ଖର୍ଚ୍ଚ ୪୪, ୪୦୦କୁ ବୃଦ୍ଧି କରାଯାଇଛି ।
ସେହିଭଳି ବ୍ଲକ, ତହସିଲ, ଫିଲ୍ଡ ଅଫିସ୍ ଗାଡ଼ି ଖର୍ଚ୍ଚ ୩୭,୨୦୦ ବୃଦ୍ଧି କରାଯାଇଛି । ପ୍ରମୁଖ ସଚିବଙ୍କ ଗାଡ଼ି ଖର୍ଚ୍ଚ ୩୬,୦୦୦, ସ୍ବତନ୍ତ୍ର ସଚିବଙ୍କ ୩୧,୨୦୦ ବୃଦ୍ଧି କରାଯାଇଛି ।
ପୂର୍ବ ନିର୍ଦ୍ଧାରିତ ଘରୋଇ ଗାଡ଼ି ଭଡ଼ା ଖର୍ଚ୍ଚରେ ସଂଶୋଧନ ହୋଇଛି । ମନ୍ତ୍ରୀ, ଅଫିସର ଓ VVIP ବ୍ୟବହାର କରୁଥିବା ଘରୋଇ ଗାଡ଼ି ଭଡ଼ା ବୃଦ୍ଧି କରାଯାଇଛି । ପ୍ରାୟ ୬ ବର୍ଷ ପରେ ଭଡ଼ା ସଂଶାଧନ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି ।
You Can Read: