୨୪ ଘଣ୍ଟାରେ ଖସିବ ପାରଦ, ୨ ରୁ ୩ ଡିଗ୍ରୀ ରହିପାରେ ତାପମାତ୍ରା

NEWS7
odisha-government-working-to-bring-home-the-body-of-kalpana-dash

ଭୁବନେଶ୍ୱର ୦୫/୦୨: ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଅଧିକ ରହିବ । ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୧୬-୧୭ ଡିଗ୍ରୀ ପାଖାପାଖି ରହିପାରେ । କିନ୍ତୁ ଶୁକ୍ରବାରଠାରୁ ପାରଦ ସାମାନ୍ୟ ଖସିବ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୪ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଏ ଖବରବି ପଢନ୍ତୁ:- କମିବ ଶୀତ, ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିପାରେ

ଶୁକ୍ରବାର ଫୁଲବାଣୀରେ ୧୨ ଡିଗ୍ରୀ, ବଲାଙ୍ଗିରରେ ୧୩, ବୌଦ୍ଧରେ ୧୪ ଡିଗ୍ରୀ ରହିପାରେ । ରାଉରକେଲା ଓ ନବରଙ୍ଗପୁରରେ ୧୨ ଡିଗ୍ରୀ ରହିବ । ଶନିବାର ଫୁଲବାଣୀ ଓ ନବରଙ୍ଗପୁରରେ ୧୧ ଡିଗ୍ରୀ ରହିପାରେ । ମଙ୍ଗଳବାର ରାତିରେ ତାପମାତ୍ରା ୧୪-୧୫ ଡିଗ୍ରୀ ଥିଲା।

ଏ ଖବରବି ପଢନ୍ତୁ:- ଇରାନ ଅଭିମୁଖେ ଆମେରିକାର ବଡ ଏବଂ ଶକ୍ତିଶାଳୀ ଜାହାଜ : ଟ୍ରମ୍ପ୍ କହିଲେ -'ଏହାକୁ ବ୍ୟବହାର ନକଲେ ଭଲ'