ଓଡ଼ିଶା ବିକାଶର ଭିଜନ ୨୦୪୭, ଓଡିଶାକୁ ୫୦୦ ବିଲିୟନ ଡଲାର ଅର୍ଥନୀତି କରିବାକୁ ଲକ୍ଷ୍ୟ

Published By : Prameya-News7 Bureau | May 24, 2025 IST

ଭୁବନେଶ୍ଵର: ଓଡ଼ିଶା ବିକାଶର ଭିଜନ୍ ୨୦୪୭। ନିତି ଆୟୋଗ ବୈଠକରେ ଓଡ଼ିଶାର ଭିଜନ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଧାନମନ୍ତ୍ରୀ ବିକାଶର ମନ୍ତ୍ରରେ ମୋହନ ହେଲେ ସାମିଲ। ଆଉ ସେହି ଅନୁସାରେ ନିଜର ମତ ରଖିଛନ୍ତି।  ଜୁନ ୧୨ରେ ଓଡିଶା ସରକାର ଆଣିବେ ଭିଜନ ଡକ୍ୟୁମେଣ୍ଟ। ବିକଶିତ ଭାରତ ପାଇଁ ବିକଶିତ ଓଡିଶା କିଭଳି ରୂପ ନେବ ସେ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । 

ବିଶ୍ବସ୍ତରୀୟ ରାସ୍ତା , ରେଳ ପ୍ରକଳ୍ପ, ଏୟାର କନେକ୍ଟିଭିଟି ସାଙ୍ଗକୁ ସ୍ବତନ୍ତ୍ର ଅର୍ଥନୈତିକ ଜୋନ ଆଦି ବ୍ୟବସ୍ଥା କିଭିଳି ଓଡ଼ିଶାର ଗ୍ରୋଥ ଇଞ୍ଜିନ ବନିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ତା ଉପରେ ଫୋକସ ଜାରି ରଖିଛନ୍ତି ରାଜ୍ୟ ସରକାର। ଟେକ୍ସଟାଇଲ, ଗାରମେଣ୍ଟ ଓ ଫୁଡ ପ୍ରୋସେସିଂ ଭଳି ଶିଳ୍ପ ଉପରେ ସରକାର ପ୍ରଧାନ୍ୟ ଦେଉଛନ୍ତି। ନିତି ଆୟୋଗର ଦଶମ ଗର୍ଭଣ୍ଣିଂ କାଉନସିଲ ମିଟିଂରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏଭଳି କହିଛନ୍ତି । 

Also read: ମେ ୨୬-୨୭ରେ ଲଘୁଚାପ ସୃଷ୍ଟି, ୩୦ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା !

ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୩୬ ସୁଦ୍ଧା ଓଡିଶାକୁ ୫୦୦ ବିଲିୟନ ଡଲାର ଅର୍ଥନୀତି କରିବାକୁ ଲକ୍ଷ୍ୟ ରହିଛି ଏବଂ ୨୦୪୭ ବେଳକୁ ଓଡିଶା ୧.୫ ଟ୍ରିଲିୟନ ଅର୍ଥନୀତିରେ ପହଞ୍ଚିବ। ଏଥିପାଇଁ ଡବଲ ଇଂଜିନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ କହିଛନ୍ତି ଡବଲ ଇଞ୍ଜିନ ସରକାର ପାଇଁ ଦେଶର ଆର୍ଥିକ ଅଭିବୃଦ୍ଧି ୬.୫ ଥିବାବେଳେ ଓଡିଶାର ଆର୍ଥିକ ଅଭିବୃଦ୍ଧି ହାର ୭.୨ ରହିଛି।ରେଳ କ୍ଷେତ୍ରରେ ୭୩ହଜାର କୋଟିର ନିବେଶ ଏବଂ ଜାତୀୟ ରାଜପଥ ପାଇଁ ୨୨ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନ 

ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ବିଜେପି ସରକାର ନାଗରିକ କେନ୍ଦ୍ରୀକ ନୀତି ଆପଣାଇଛନ୍ତି। ଯାହାକି ଏକ ପ୍ରତିବଦ୍ଧତା। ଆଗାମୀ ୫ବର୍ଷରେ ଦେଢ଼ ଲକ୍ଷ ଖାଲି ପଡିଥିବା ପଦବୀ ପୂରଣ ହେବ। ସରକାରୀ ଖର୍ଚ୍ଚର ଗୁଣବତ୍ତା ରକ୍ଷା କରିବା ସହ ଆର୍ଥିକ ଶୃଙ୍ଖଳା ପ୍ରଦର୍ଶନ କରିଛନ୍ତି ସରକାର। ସୁଭଦ୍ରା ଯୋଜନାରେ ୧କୋଟି ମହିଳାଙ୍କ ପାଖରେ ୧୦ ହଜାର କୋଟି ଟଙ୍କା ପହଞ୍ଚାଯାଇଛି। ଯେଉଁଥିରେ ୧୬ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି।  ୨୦୩୬ ସୁଦ୍ଧା ୪୦ପ୍ରତିଶତ ସହାରକରଣ ଏବଂ ୨୦୪୭ ୬୦ ପ୍ରତିଶତ ସହାରକରଣ କରିବା ପାଇଁ ସରକାର ପ୍ରତିଶୃତି ବଦ୍ଧ।ତେଣୁ ଓଡିଶା ଏବେ ବିକାଶ ରାସଦ୍ତାରେ ଆଗକୁ ବଢ଼ୁଛି। ଏବେ ଓଡିଶା ପାଇଁ ପ୍ରକୃଷ୍ଠ ସମୟ ଆସିଛି। ଏଥିପାଇଁ  ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେିଛନ୍ତି ମୁଖ୍ୟମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.