ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ବରିଷ୍ଠ ସାମ୍ବାଦିକ, ବିଭିନ୍ନ ପ୍ରସଙ୍ଗ ନେଇ କଲେ ଆଲୋଚନା

Published By : Prameya-News7 Bureau | July 31, 2025 IST

ଭୁବନେଶ୍ୱର ୩୧।୦୭ : ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲ ସାମ୍ବାଦିକ। ବୁଧବାର ଲୋକସେବା ଭବନରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଓ କଲ୍ୟାଣ ସଂପର୍କରେ ରାଜ୍ୟର ବରିଷ୍ଠ ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋହ ଆହୁଜା ।  

ସାକ୍ଷାତ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ମୁଦ୍ରିତ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଓଡ଼ିଶାରେ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଯେଉଁ ଦାବିସବୁ ଉପସ୍ଥାପନ   କରିଛନ୍ତି।ସେସମ୍ପର୍କରେ ବିଚାର ବିମର୍ଶ ପୂର୍ବକ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ଏଥିରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, ବରିଷ୍ଠ ସାମ୍ବାଦିକଙ୍କ ନିମନ୍ତେ ପେନ୍‌ସନ, ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ପ୍ରଦାନ, ସାମ୍ବାଦିକ କଲ୍ୟାଣ ପାଣ୍ଠିରେ ଥିବା ବ୍ୟବସ୍ଥା ଅନୁସାରେ ସାମ୍ବାଦିକ ଓ ସେମାନଙ୍କ ପରିବାକୁ ଦିଆଯାଉଥିବା ସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା। ଲୋକସେବା ଭବନକୁ ପ୍ରବେଶ ପାଇଁ ଆବେଦନ କରୁଥିବା ସାମ୍ବାଦିକଙ୍କୁ ପରିଚୟପତ୍ର ପ୍ରଦାନ କିପରି ଶୀଘ୍ର ଓ ସରଳୀକରଣ ହୋଇପାରିବ ସେ ସମ୍ପର୍କରେ ବିଭାଗକୁ ପରାମର୍ଶ ଦିଆଯାଇଥିଲା। ସରକାରଙ୍କ  ପ୍ରଚାର ପ୍ରସାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମାନୁପାତିକ ହାରରେ ପ୍ରକାଶ ପାଉଥିବା ବିଭିନ୍ନ ଦୈନିକ ଓ ସାପ୍ତାହିକ ସମ୍ବାଦପତ୍ରଗୁଡ଼ିକୁ ବିଜ୍ଞାପନ ପ୍ରଦାନ ସମ୍ପର୍କରେ ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟବୀମାରେ ଥିବା ବିଭିନ୍ନ ସୁବିଧା, ସହାୟତା ଓ   ପ୍ରକ୍ରିୟା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରିବା ପାଇଁ ସମ୍ପୃକ୍ତ ବୀମା କମ୍ପାନି ତୃତୀୟ ପକ୍ଷ  ସଂସ୍ଥା (ଟିପିଏ) ସହ ଏକ ବୈଠକ କରିବାକୁ  ନିଷ୍ପତ୍ତି ହୋଇଥିଲା । ବୈଠକରେ ଶିଳ୍ପ, ସୂଚନା  ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ   ସଚିବ ହେମନ୍ତ ଶର୍ମା, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ପ୍ରମୁଖ ଉପସ୍ଥିତ ଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.