ବିଧାନସଭାରେ ଦରମା, ଭତ୍ତା, ପେନସନ୍ (ସଂଶୋଧନ) ବିଲ୍-୨୦୨୫ ଉପସ୍ଥାପିତ, କାର୍ଯ୍ୟ ପରାମର୍ଶଦାତା କମିଟିକୁ ଗଲା ଗୃହିତ ବିଲ୍‌

NEWS7
odisha-chief-minister-had-lunch-in-adangadiha-village-at-telengapentha

ଭୁବନେଶ୍ବର ୯।୧୨:ବିଧାନସଭାରେ ଦରମା, ଭତ୍ତା, ପେନସନ୍(ସଂଶୋଧନ) ବିଲ୍-୨୦୨୫ ଉପସ୍ଥାପିତ ହୋଇଛି ।ଗୃହରେ ବିଲ୍ ଉପସ୍ଥାପନ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।ବିଧାନସଭାରେ ଉପସ୍ଥାପନ ପରେ ସର୍ବସମ୍ମତି କ୍ରମେ ଗୃହିତ ହେଲା ବିଲ୍ଗୃହରେ ବିଲ୍ ଉପସ୍ଥାପନ ପରେଆଲୋଚନା ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟିକୁ ଗଲା ଗୃହିତ ବିଲ୍

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଓଡ଼ିଶାର ବିଧାୟକ ମାନଙ୍କୁ ଦରମା ୩୫ ହଜାର ଟଙ୍କା, ବିଭିନ୍ନ ଭତ୍ତା ବାବଦକୁ ୬୫ ହଜାର ଟଙ୍କା ମିଳୁଛି । ଯେଉଁଥିରେ କନଭେୟାନସ ପାଇଁ ୧୫ ହଜାର, ମେଡିକାଲ ପାଇଁ ୫ ହଜାର, ଟେଲିଫୋନ ପାଇଁ ୮ ହଜାର ଟଙ୍କା ମିଳୁଛି । ବିଧାନସଭା କମିଟି ଦରମା ଓ ଭତ୍ତା ବୃଦ୍ଧି କରିବାକୁ ସୁପାରିସ କରିଥିଲା । ଯାହା କି ସରକାରଙ୍କ ବିଚାରାଧୀନ ରହିଛି । ତେଣୁ ଶୀତ ଅଧିବେଶନରେ ଏନେଇ ଗୃହରେ ଆଇନ ଆଣି କାର୍ଯ୍ୟକାରୀ କରିବାକୁ ଦାବି ହୋଇଥିଲା । କମିଟିର ଅଧ୍ୟକ୍ଷ କହିଥିଲେ ଏନେଇ ସରକାର ବିଚାର କରୁଛନ୍ତି । ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ । ୨୦୧୭ ମସିହାରେ ଶେଷ ଥର ପାଇଁ ବଢିଥିଲା ବିଧାୟକମାନଙ୍କ ଦରମା l