ବେଶ୍ ସରଗରମ୍ ରହିପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗ ନେଇ ଶାସକ-ବିରୋଧୀ ମୁହାଁମୁହିଁ

Published By : Prameya-News7 Bureau | March 27, 2025 IST

ଭୁବନେଶ୍ୱର ୨୭।୦୩ : ବେଶ ଉଷ୍ମ ହୋଇପାରେ ଆଜି  ବିଧାନସଭା l ଗୃହରେ ଶାସକ ଦଳ ଏକଛତ୍ରବାଦ ଶାସନ ଚଳାଇଥିବାରୁ ଏହାକୁ ବିରୋଧ କରିଛି ମୁଖ୍ୟ ବିରୋଧୀ ଦଳ ବିଜେଡ଼ି l ସେହିପରି ୧୪ ଜଣ ବିଧାୟକଙ୍କୁ ନିଲମ୍ବନ କରିବା ପରେ ଶାସକ ଦଳକୁ ଟାର୍ଗେଟ କରିଛି କଂଗ୍ରେସ l ବିନା ବିରୋଧୀରେ ଚାଲିଛି ବିଧାନସଭା । ଯାହା ଗଣତନ୍ତ୍ରର ହତ୍ୟା ବୋଲି ବିରୋଧୀ ଦଳ ଅଭିଯୋଗ କରିବା ସହ ବାଚସ୍ପତିଙ୍କ ଘେରିଛନ୍ତି । 

ଅନ୍ୟପଟେ ଆଜି ଜଳ ସମ୍ପଦ, ରାଜସ୍ବ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଖଣି, ଯୋଜନା ଓ ସଂଯୋଜନ, ବାଣିଜ୍ୟ , ସୂଚନା ଓ ଲୋକ ସମ୍ପର୍କ ଏବଂ ପରିବହନ ବିଭାଗର ପ୍ରଶ୍ନ କାଳ ରହିଛି । ଶୂନ୍ୟକାଳରେ ଆଇନ ଶୃଙ୍ଖଳା, ବିଧାନସଭାରେ ଶାସକ ଦଳର ଏକଛତ୍ରବାଦ ନୀତି, SC/ST ସଂରକ୍ଷଣ ବ୍ୟବସ୍ଥା ଭଳି ପ୍ରସଙ୍ଗକୁ ଗୃହରେ ଉଠାଇବ ବିଜେଡି। ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ଦଳ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯାଇପାରେ। ତେଣୁ ଗୁରୁବାର ଦିନ ବେଶ ସରଗରମ ରହିପାରେ ଗୃହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.