ଓଡ଼ିଶାରେ ହେବ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ, ୨ ଦିନ ଧରି ଚାଲିବ

Published By : Prameya-News7 Bureau | July 29, 2025 IST

ଭୁବନେଶ୍ୱର ୨୯।୦୭ :  ଓଡ଼ିଶାରେ ହେବ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ଅଗଷ୍ଟ ୨୯ ଏବଂ ୩୦ରେ ହେବ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ ବୋଲି ସୂଚନା ଦେଇଛନ୍ତି ବିଧାନସଭା ସଚିବ ସତ୍ୟବ୍ରତ ରାଉତ । 


ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ହେବାକୁ ଯାଉଛି। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର ଜଣେ ଅଧ୍ୟକ୍ଷ,  ୫ ଜଣ ସଦସ୍ୟ ଏବଂ ୪ ଜଣ ବିଧାୟକ ଯୋଗଦେବେ। ଏହି ସମ୍ମିଳନୀରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସଦୀୟ କମିଟିର ୩୦ ଜଣ ସଦସ୍ୟ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିବେ। ଲୋକସଭା ବାଚସ୍ପତିଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ ମାନେ ଯୋଗଦେବେ। ଆଜି ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଦୁଇ ଦିନ ଧରି ଲୋକସେବା ଭବନ କନଭେନସନରେ ଏହି ସମ୍ମିଳନୀ ଆୟୋଜିତ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.