ଭୁବନେଶ୍ୱର ୦୭।୦୩ : ବିଧାନସଭା ବଜେଟ ଅଧିବେଶନ । ଶୁକ୍ରବାର ମାନେ ଆଜି ଠାରୁ ଅଧିବେଶନରେ ୨ୟ ପର୍ଯ୍ୟାୟ କାର୍ଯ୍ୟଦିବସ ଆରମ୍ଭ । ଗୃହ ଆରମ୍ଭର ପ୍ରଥମ ଦିନରୁ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ବିରୋଧର ସ୍ୱର । ଯାହାକୁ ନେଇ ବିରୋଧୀସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ । ଯାହାଫଳରେ ବିଧାନସଭାକୁ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
୨ୟ ପର୍ଯାୟର ପ୍ରଥମ କାର୍ଯ୍ୟ ଦିବସ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ରାଜ୍ୟରେ ନାରୀ ନିର୍ଯାତନାକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ବିଜେଡି ବିଜୁ ବାବୁଙ୍କ ପ୍ରତି ରାଜ୍ୟ ସରକାର ଅନ୍ୟାୟ ଓ ଅସମ୍ମାନ କରିଥିବା ଅଭିଯୋଗ ଆଣି ନାରାବାଜି କରିଥିଲେ । ଏପିରିକି ଗୃହର ମଧ୍ୟଭାଗକୁ ଆସି ବିରୋଧୀ ଦଳର ସଦସ୍ୟମାନେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ବାଚସ୍ପତି ସୁରମା ପାଢୀ ବାରମ୍ବାର ବିରୋଧୀ ସଦସ୍ୟମାନଙ୍କୁ ନିଜ ନିଜ ସିଟ୍ରେ ବସିବାକୁ କହିଥିଲେ । ହେଲେ କୌଣସି ସଦସ୍ୟ ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ବିଧାନସଭାକୁ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।