ଚନ୍ଦ୍ରବାବୁ ନାୟଡୁଙ୍କ ବଡ଼ ଘୋଷଣା, କହିଲେ- କ୍ୱାଣ୍ଟମ ରିସର୍ଚ୍ଚରେ ନୋବେଲ ଆଣ, ମିଳିବ ୧୦୦କୋଟି ଟଙ୍କା ପୁରସ୍କାର

NEWS7
odia-martyr-brajamohan-behera-body-taken-to-bbsr-airport-given-guard-of-honour

ଅମରାବତୀ ୨୪।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁ ରାଜ୍ୟର ଶହଶହ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କ୍ୱାଣ୍ଟମ ରିସର୍ଚ୍ଚରେ ନୋବେଲ ପୁରସ୍କାର ଜିତିଲେ ଆନ୍ଧ୍ରପ୍ରଦେଶ ସରକାର ୧୦୦ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବେ। ସେ କହିଛନ୍ତି ଦକ୍ଷିଣ ରାଜ୍ୟ ଆଗାମୀ ପିଢୀର ନ୍ୟୁ ସ୍କିଲ ବିକଶିତ କରିବା, ହଜାର ହଜାର ହାଇଭେଲ୍ୟୁ ନିଯୁକ୍ତି ସୃଜନ କରିବା, ପ୍ରଡକ୍ଟ କେନ୍ଦ୍ରିତ ଦୃଷ୍ଟିକୋଣ ଆପଣେଇବା ସହିତ ସବୁ ପ୍ରକାରର କ୍ୱାଣ୍ଟମ କମ୍ପ୍ୟୁଟର ବିକଶିତ କରିବା ଓ କ୍ୱାଣ୍ଟମ କମ୍ପ୍ୟୁଟର ନିର୍ମାଣରେ ଏକ କମ୍ପ୍ଲିଟ୍ ସପ୍ଲାଇ ଚେନ୍ ହାସଲ କରିବା ଦିଗରେ କାମ କରିବ।

ସିଏମ ନାୟଡୁ ଅମରାବତୀରେ କ୍ୱାଣ୍ଟମ ଭେଲି ନିର୍ମାଣ ପାଇଁ ତାଙ୍କ ଭିଜନକୁ ସମସ୍ତଙ୍କ ସମ୍ମୁଖରେ ରଖିଛନ୍ତି। ସେ ଅମରାବତୀକୁ ବିଶ୍ୱର ଟପ କ୍ୱାଣ୍ଟମ କମ୍ପ୍ୟୁଟିଂ କେନ୍ଦ୍ର ରୂପେ ବିକଶିତ କରିବା ପାଇଁ ଭିଜନକୁ ଅନାବରଣ କରିଛନ୍ତି। ଏହାର ଉଦ୍ଦେଶ୍ୟ ଅମରାବତୀକୁ ବିଶ୍ୱର ଟପ ୫ ଟପ କ୍ୱାଣ୍ଟମ କମ୍ପ୍ୟୁଟିଂ କେନ୍ଦ୍ର ମଧ୍ୟରୁ ଅନ୍ୟତମ କରିବା। ସେ କହିଛନ୍ତି ଯେ ଦୁଇ ବର୍ଷ ମଧ୍ୟରେ ଅମରାବତୀରେ କ୍ୱାଣ୍ଟମ କମ୍ପ୍ୟୁଟର ତିଆରି ଆରମ୍ଭ ହୋଇଯିବ। ଏଣୁ ଯେଉଁ ବ୍ୟକ୍ତି ନଲେଜ ଆଧାରିତ କମ୍ପାନୀ ଅଥବା ଟେକ୍ନୋଲଜି ଆରମ୍ଭ କରିବାକୁ ଚାହୁଁଛନ୍ତି ତାଙ୍କୁ ଅମରାବତୀ ଆସିବାକୁ ହେବ।

ସେ ଛାତ୍ରଛାତ୍ରୀଙ୍କୁ ପାରମ୍ପରିକ ଚିନ୍ତା କରିବାର ଶୈଳୀକୁ ତ୍ୟାଗ କରି ଇନୋଭେସନ ଓ ପ୍ରଡକ୍ଟ ଆଧାରିତ ଭବିଷ୍ୟ ଆଡକୁ ଅଗ୍ରସାର ହେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ସରକାରଙ୍କ ଲକ୍ଷ୍ୟ ୧ ଲକ୍ଷ କ୍ୱାଣ୍ଟମ ପ୍ରଫେସନାଲଙ୍କୁ ଟ୍ରେଣ୍ଡ କରିବା ଓ ଆନ୍ଧ୍ରପ୍ରଦେଶକୁ କ୍ୱାଣ୍ଟମ ଟେକ୍ନୋଲଜିର ବୈଶ୍ୱିକ କେନ୍ଦ୍ର ରୂପେ ସ୍ଥାପିତ କରିବା। ଉଲ୍ଲେଖନୀୟ ଯେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁ ୨୦୧୭ ଓ ୨୦୧୮ରେ ଅଲଗା ଅଲଗା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଏଭଳି ଘୋଷଣା କରିସାରିଛନ୍ତି। ଏଥିରେ ନୋବେଲ ପୁରସ୍କାର ଜିତିଲେ ସେ ୧୦୦ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।