ସାଇନ୍ ବୋର୍ଡରେ ଓଡ଼ିଆ ଭାଷା ବାଧ୍ୟତାମୂଳକ, ନିର୍ଦ୍ଦେଶ ପାଳନ ନକଲେ ପ୍ରତିଦିନ ଗଣିବେ ୫ଶହ ଟଙ୍କା ଫାଇନ୍

Published By : Prameya-News7 Bureau | August 06, 2025 IST

ଭୁବନେଶ୍ବର ୬।୮: ଓଡ଼ିଆରେ ଲେଖ ସାଇନ୍‌ ବୋର୍ଡ । ସାଇନ୍ ବୋର୍ଡରେ ଓଡ଼ିଆ ଭାଷା ବାଧ୍ୟତାମୂଳକ କରାଯାଇଛି । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପକ୍ଷରୁ ବିଭିନ୍ନ ଆୟୁକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ମହାନଗର ନିଗମ/ପୌରପାଳିକା/ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି କରାଯାଇଛି । ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଓଡ଼ିଶାର ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକର ଅଧୀନରେ ଥ‌ିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ନିଜ ନିଜ ସାଇନ୍ ବୋର୍ଡରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେବାକୁ ଗୃହ   ଓ ନଗର  ଉନ୍ନୟନ ବିଭାଗର ପଦକ୍ଷେପ । ଓଡ଼ିଆ ଭାଷାକୁ ବାଧ୍ୟତାମୂଳକ ବ୍ୟବହାର ପାଇ ନିର୍ଦ୍ଦେଶ ରହିଛି । ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସାଇନ ବୋର୍ଡର ମୋଟ୍ କ୍ଷେତ୍ରଫଳର ଅନୁନ୍ୟ ୬୦ ପ୍ରତିଶତ ଭାଗରେ ଓଡ଼ିଆ ଭାଷା ଲିପିର ବ୍ୟବହାର କରିବେ । ଏହା ଓଡିଆ ଭାଷାର ଦୃଶ୍ୟମାନତା ବୃଦ୍ଧି କରିବା ସହ ଜନ ସାଧାରଣଙ୍କ ପାଇଁ ସୁବିଧା ହୋଇପାରିବ । 

ଏହି ନିର୍ଦ୍ଦେଶନାମା ପାଳନ କରୁଥ‌ିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମାନଙ୍କୁ ଆଗାମୀ ଟ୍ରେଡ୍ ଲାଇସେନ୍ସ ନବୀକରଣ ସମୟରେ ଦେୟର ୫% ରିହାତି ପ୍ରଦାନ କରାଯିବ । ଏହି ସୁବିଧା SUJOG ପୋର୍ଟାଲ/ Bhubaneswar.me ପୋର୍ଟାଲରେ ଉପଲବ୍ଧ ହେବ । 

ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦମାନେ ଟ୍ରେଡ ଲାଇସେନ୍ସ ନବୀକରଣ ଓ ନିରୀକ୍ଷଣ ସମୟରେ ଅନୁପାଳନ ଯାଞ୍ଚ ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଶେଷ କରି ଉପରୋକ୍ତ ନିର୍ଦ୍ଦେଶ ଅନୁପାଳନ କରିବେ । ଅନୁପାଳନ କରୁନଥିବା ପ୍ରତିଷ୍ଠାନ ମାନଙ୍କୁ ବିଜ୍ଞପ୍ତି ଜାରି କରାଯିବ ଏବଂ ସେମାନଙ୍କୁ ସାଇନ୍ ବୋର୍ଡ ସଂଶୋଧନ ପାଇଁ ୫୫ ଦିନର ସମୟ ଦିଆଯିବ । ଏହା ପାଳନ ନହେଲେ ସଂଶୋଧନ ହେବା ପର୍ଯ୍ୟନ୍ତ ପ୍ରତିଦିନ ୫୦୦ ଟଙ୍କା ଜରିମାନା ଲାଗୁ ହେବ । 

ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନେ ଏହି ନିର୍ଦ୍ଦେଶ ସମ୍ପର୍କରେ ଦୋକାନୀ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ଶିକ୍ଷିତ କରିବା ସହ ସୁଗମ କାର୍ଯ୍ୟକାରିତା ପାଇଁ ସଚେତନତା ଅଭିଯାନ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶର କଡ଼ା ଅନୁପାଳନ ସୁନିଶ୍ଚିତ କରି ୬୦ ଦିନ ମଧ୍ୟରେ ଏହି କାର୍ଯ୍ୟାଳୟକୁ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରାଯାଉଛି ।

You Can Read:

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟର ଧାନ ସଂଗ୍ରହ ଲକ୍ଷ୍ୟ ବୃଦ୍ଧି କରିବାକୁ ଦେଲେ ପ୍ରସ୍ତାବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.