ହାଡଭଙ୍ଗା ଶୀତରେ ଥରୁଛି ଶିମିଳିପାଳ, ସର୍ବନିମ୍ନ ତାପମାତ୍ରା ୪° ଡିଗ୍ରୀକୁ ଖସିଲା

NEWS7
odds-rise-for-trump-over-pay-to-porn-stars-first-time-a-former-president-will-be-sued

କରଞ୍ଜିଆ/ଝାରସୁଗୁଡା: ହାଡଭଙ୍ଗା ଶୀତରେ ଥରୁଛି ଶିମିଳିପାଳ । ସର୍ବନିମ୍ନ ତାପମାତ୍ରା ୪° ଡିଗ୍ରୀକୁ ଖସିଲା । ଶିମିଳିପାଳର ଆଭ୍ୟନ୍ତରୀଣ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।

ଶିମିଳିପାଳ ଉପର ବାରାହା କାମୁଡାରେ ସର୍ବନିମ୍ନ ତାପମାତ୍ରା ୩° ଡିଗ୍ରୀକୁ ଖସିଲା, ଚହଲା ରେ ୬°ଡିଗ୍ରୀ, ବରେହିପାଣିରେ ୮°ଡିଗ୍ରୀ , ଗୁରୁଗୁଡିଆ ୯°ଡିଗ୍ରୀ, କିଆଝରି ୧୩°ଡିଗ୍ରୀ, ରାମତୀର୍ଥ ୧୩° ଡିଗ୍ରୀ ଓ ସାତକୋଶିଆ ଠାରେ ସର୍ବନିମ୍ନ ୧୩°ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏ ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେପଟେ ଝାରସୁଗୁଡାରେ ପ୍ରବଳ ଥଣ୍ଡା । ଶୀତରେ ଥରୁଛି ଝାରସୁଗୁଡା ଜିଲ୍ଲା । ଥଣ୍ଡା ପବନ ଲୋକଙ୍କୁ କଳବଳ କରୁଛି । ଥଣ୍ଡା ପବନ ଏବଂ ପ୍ରବଳ ଶୀତରେ କିଛିଦିନ ହେଲାଣି ଥରୁଛି ଝାରସୁଗୁଡା । ଫଳରେ ସକାଳ ୯ ଟା ଯାଏଁ ଲୋକେ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଛି ।

ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ସାହାରା ନେଉଛନ୍ତି । ପୂର୍ବରୁ ଏତେ ମାତ୍ରା ରେ ଥଣ୍ଡା ଅନୁଭୁତ ହୋଇନଥିବା ଲୋକେ କହିଛନ୍ତି । ଅନ୍ୟପଟେ ଆଜି ଭୋରରୁ ଘନ କୁହୁଡି ପଡିଥିବାରୁ ସକାଳ ୭ ଟା ଯାଏଁ ଭିଜିବିଲିଟି କମ ରହିଥିଲା । କୁହୁଡି ଯୋଗୁଁ ରାସ୍ତାଘାଟ । ଦେଖା ନ ଯିବାରୁ ଲୋକଙ୍କ ଜାତାୟାତ ରେ ସମସ୍ୟା ଦେଖାଦେଇଥିଲା l