ପିଲାଙ୍କୁ ଗ୍ରାସିଲାଣି ମେଦବହୁଳତା, ଜାଣନ୍ତୁ କେଉଁ କେଉଁ ରୋଗର ହୁଅନ୍ତି ଶିକାର...

Published By : Prameya-News7 Bureau | May 30, 2025 IST

ନୂଆଦିଲ୍ଲୀ ୩୦।୦୫: ବର୍ତ୍ତମାନ ମୋଟାପଣ କେବଳ ବୟସ୍କଙ୍କ ମଧ୍ୟରେ ସୀମିତ ନୁହେଁ, ବରଂ ପିଲାମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ  ସୃଷ୍ଟି କରିପାରେ। ଯେତେବେଳେ ପିଲା ମେଦବହୁଳତାର ଶିକାର ହୁଏ, ସେ କେବଳ ଶାରୀରିକ ନୁହେଁ ମାନସିକ ରୋଗର ମଧ୍ୟ ଶିକାର ହୋଇପାରେ । ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ… 

ପିଲାମାନଙ୍କଠାରେ ମୋଟାପଣ ଆସିଲେ ଇନସୁଲିନ୍ ହରମୋନ୍ ଠିକ୍ ଭାବରେ କାମ କରେ ନାହିଁ, ଯାହା ଫଳରେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଏ। ଏହି ସମସ୍ୟା ପୂର୍ବରୁ କେବଳ ଯୁବକମାନଙ୍କ ମଧ୍ୟରେ ଦେଖାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହା ପିଲାମାନଙ୍କଠାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। 

ମେଦବହୁଳ ପିଲାମାନଙ୍କଠାରେ ଉଚ୍ଚ କୋଲେଷ୍ଟ୍ରୋଲ୍ ଏବଂ ଉଚ୍ଚ ରକ୍ତଚାପର ସମସ୍ୟା ହୋଇପାରେ । ଏହା ସମୟ ପୂର୍ବରୁ ହୃଦରୋଗର ଆଶଙ୍କା ବୃଦ୍ଧି ମଧ୍ୟ ପାଇଥାଏ । ମେଦବହୁଳତା ଫୁସଫୁସ ଉପରେ ଚାପ ପକାଇଥାଏ, ଯାହାଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଏବଂ ନିଦ ନହେବା ପରି ସମସ୍ୟା ହୋଇପାରେ । ଶରୀରର ଓଜନ ବୃଦ୍ଧି ପାଇବା ଦ୍ୱାରା ଆଣ୍ଠୁ, ଗୋଡ଼ ଏବଂ ମେରୁଦଣ୍ଡ ଉପରେ ଅତିରିକ୍ତ ଚାପ ପଡ଼ିଥାଏ। 

ଏହା ଚାଲିବା ସମୟରେ ଯନ୍ତ୍ରଣା ହେବା ଏବଂ ହାଡ଼ ବିକାଶରେ ସମସ୍ୟା ସୃଷ୍ଟି କରିପାରେ। ମେଦବହୁଳ ପିଲାମାନଙ୍କର ଲିଭରରେ ଚର୍ବି ଜମା ହେବା ଆରମ୍ଭ ହୁଏ, ଯାହା ଫଳରେ ଲିଭର ଫୁଲିଯାଏ ଏବଂ ଠିକ୍ ଭାବରେ କାମ କରିପାରେ ନାହିଁ। ଯାହା ଲିଭର ରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.