ବଲିଉଡ୍‌ର ପ୍ରିୟାପ୍ରୀତି ପରମ୍ପରାକୁ ନେଇ ନୁସରତଙ୍କ ଖୁଲାସା, କହିଲେ-ଷ୍ଟାରକିଡ୍‌ଙ୍କୁ ମିଳୁଥିବା ସୁବିଧା ମୋତେ ମିଳୁନି

Published By : Prameya-News7 Bureau | April 22, 2025 IST

ମୁମ୍ଵାଇ ୨୨।୦୪; ଅପ୍‌କମିଙ୍ଗ ଫିଲ୍ମ ‘ଛୋରୀ-୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି ନୁସ୍‌ରତ ଭରୁଚା ।  ନିକଟରେ ଏକ ପଡ୍‌କାଷ୍ଟ ସାକ୍ଷାତକାରରେ ବଲିଉଡ୍‌ର ପ୍ରିୟାପ୍ରୀତି  ପରମ୍ପରା ବିଷୟରେ ସେ ଖୋଲା କଥା ହୋଇଛନ୍ତି । ୟୁଟ୍ୟୁବ୍‌  ପଡ୍‌କାଷ୍ଟ ହୋଷ୍ଟ୍‌ ଶୁଭଙ୍କର ମିଶ୍ରାଙ୍କ ସହ ବାର୍ତ୍ତାଳାପରେ ସେ କହିଛନ୍ତି, ଷ୍ଟାର୍‌ କିଡ୍‌ମାନଙ୍କୁ ନିଶ୍ଚିତ ଭାବେ ଫାଇଦା ମିଳେ ।  

କାରଣ ଇଣ୍ଡଷ୍ଟ୍ରି ବିଷୟରେ ଓ ଏହାର ଲୋକଙ୍କୁ ସେମାନେ  ଜାଣନ୍ତି । ନ ଜାଣିଲେ ମଧ୍ୟ ସେମାନଙ୍କ ମା’ବାପା ଜାଣନ୍ତି ।  ସେଥିପାଇଁ ସେମାନେ ସେହି ସ୍ଥାନରେ ପହଞ୍ଚିପାରନ୍ତି,  ଯେଉଁଠି ନୁସ୍‌ରତ ପହଞ୍ଚି ପାରିବେ ନାହିଁ । ଯଦି କୌଣସି   ପ୍ରଯୋଜକ କିମ୍ବା ନିର୍ଦ୍ଦେଶକଙ୍କୁ ସେ ଭେଟିବାକୁ ଚାହିଁବେ,  ତାଙ୍କ ଫୋନ୍‌ ନମ୍ବର କେଉଁଠୁ ପାଇବେ ଏବଂ କାହାକୁ  ପଚାରିବେ ବୋଲି ନୁସରତ କହିଛନ୍ତି । 

ସୋନାକ୍ଷୀ ଓ ଶ୍ରଦ୍ଧା  କପୁରଙ୍କ ଭଳି ଷ୍ଟାର୍‌ କିଡ୍‌ଙ୍କୁ ନେଇ ସେ କହିଛନ୍ତି, ସେମାନଙ୍କୁ  ନେପୋ କିଡ୍‌ସ କହିବା ଉଚିତ୍‌ ନୁହେଁ । ଏ ଶବ୍ଦ ତାଙ୍କର  ପସନ୍ଦ ନୁହେଁ । କାରଣ ସମସ୍ତେ ନିଜ ନିଜ କ୍ଷେତ୍ରରେ ସଂଘର୍ଷ  କରନ୍ତି । କିନ୍ତୁ କିଛି ମାର୍ଗ ସେମାନଙ୍କ ପାଖରେ ଅଛି, ତାହା ତାଙ୍କ  ପାଖରେ ନାହିଁ ବୋଲି ନୁସ୍‌ରତ କହିଛନ୍ତି । ଇଣ୍ଡଷ୍ଟ୍ରିର କିଛି ନିର୍ଦ୍ଦେଶକ  ତାଙ୍କ ଯାତ୍ରାରେ ଯୋଡ଼ି ହୋଇଛନ୍ତି, ଯାହାଙ୍କୁ ନୁସ୍‌ରତ ନିଜ ପରିବାର ଭଳି  ଦେଖନ୍ତି । ବିଶାଲ ଫୁରିୟାଙ୍କ ‘ଛୋରୀ-୨’ ଓଟିଟିରେ ମୁକ୍ତିଲାଭ କରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.