ଭେନେଜୁଏଲା ରାଷ୍ଟ୍ରପତିଙ୍କ ଗିରଫଦାରୀ ପରେ ଏବେ ଆମେରିକା ଟାର୍ଗେଟ୍ ରେ ଏହି ଦୁଇ ଦେଶ, ଜାଣନ୍ତୁ କିଏ?

NEWS7
now-you-dont-have-to-worry-about-getting-the-aadhar-changed

ୱାସିଂଟନ ୪।୧: ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ ମାର୍କୋ ରୁବିୟୋ କହିଛନ୍ତି ଯେ ଭେନେଜୁଏଲା ନେତା ନିକୋଲସ ମାଡୁରୋଙ୍କ ଗିରଫଦାରୀର ଉଦ୍ଦେଶ୍ୟ ସାରା ବିଶ୍ୱର ସରକାର ଓ ନେତାଙ୍କୁ ଆମର ଏହା ସ୍ପଷ୍ଟ ବାର୍ତ୍ତା ଆମେରିକା ହୀତରେ ଯିଏ ବାଧକ ପାଲଟିବ ତାଙ୍କ ବିରୋଧରେ ଆମେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ କରିବୁ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅପରେସନ ଘୋଷଣା ବାଦେ ମାର୍କୋ ରୁବିୟୋ ମାର-ଏ-ଲାଗୋରେ ସାମ୍ବାଦିକଙ୍କ ସହ ଆଲୋଚନାରେ ଏହା କହିଛନ୍ତି।

ସେ କହିଛନ୍ତି ଯେ ନିକୋଲସ ମାଡୁରୋ ଭେନେଜୁଏଲାର ବୈଧ ରାଷ୍ଟ୍ରପତି ନଥିଲେ। ଏହା କେବଳ ଆମେ କହୁନୁ, ତାଙ୍କୁ ଜଣେ ପଳାତକ ରୂପେ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକାର କରାଯାଇଛି। ପୂର୍ବରୁ ବାଇଡେନ ପ୍ରଶାସନ, ଏବେ ଟ୍ରମ୍ପ ପ୍ରଶାସନ, ୟୁରୋପୀୟ ସଂଘ ଓ ସାରା ବିଶ୍ୱର ଅନେକ ଦେଶ ମାଡୁରୋଙ୍କୁ ମାନ୍ୟତା ଦେବାକୁ ମନା କରିଥିଲେ। ରୁବିୟୋ କହିଛନ୍ତି ଯେ ମାଡୁରୋଙ୍କ ବିରୋଧରେ ୨୦୨୦ରେ ଯୁକ୍ତ ରାଷ୍ଟ୍ର ଅଭିଯୋଗ କରିଥିଲା ଓ ତାଙ୍କୁ ଧରାଇଦେଲେ ୫୦ ନିୟୁତ ଡଲାର ପୁରସ୍କାର ଘୋଷଣା କରାଯାଇଥିଲା।

ତେବେ ଏଥିରୁ ବର୍ତ୍ତିବା ପାଇଁ ମାଡୁରୋଙ୍କ ନିକଟରେ ଅନେକ ସୁଯୋଗ ମଧ୍ୟ ଥିଲା। ହେଲେ ସେ ସୁଗମ ମାର୍ଗ ଆପଣାଇବା ବଦଳେ ଆମେରିକା ସହ ଲଢିବାର ମାର୍ଗ ବାଛିଥିଲେ। ରୁବିୟୋ କହିଛନ୍ତି ଯେ ତାଙ୍କୁ ବହୁତ ଭଲଭଲ ଅଫର ଦିଆଯାଇଥିଲା। ହେଲେ ସେ ଯୁକ୍ତରାଷ୍ଟ୍ରର ଅଫର ସ୍ୱୀକାର କରିବା ବଦଳେ ଜଙ୍ଗଲୀ ଲୋକଙ୍କ ଭଳି ବ୍ୟବହାର କରିଛନ୍ତି। ତେବେ କେବଳ ଭେନେଜୁଏଲା ନୁହେଁ ଡୋନାଲ୍ଡ ଟ୍ରମ୍ପ କଲମ୍ବିୟାକୁ ମଧ୍ୟ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଭେନେଜୁଏଲା ରାଷ୍ଟ୍ରପତି ଗିରଫ ହେବା ପରେ କଲମ୍ବିୟା ସମକକ୍ଷ ଗୁସ୍ତାଭୋ ପେଟ୍ରୋଙ୍କୁ ନିଜର ଧ୍ୟାନ ରଖିବା ଦରକାର। ଉଲ୍ଲେଖଯୋଗ୍ୟ ୟେ ଗୋସ୍ତାଭୋଙ୍କ ସହିତ ନିକଟ ଅତୀତରେ ଟ୍ରମ୍ପଙ୍କ ବାକବିତଣ୍ଡା ହୋଇଥିଲା।

ଏକ ସମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଥିଲେ ସେ କୋକେନ ତିଆରି କରୁଛନ୍ତି ଓ ତାକୁ ଯୁକ୍ତରାଷ୍ଟ୍ର ପଠାଉଛନ୍ତି। ଏଣୁ ସେ ଏବେ ନିଜର ଧ୍ୟାନ ରଖନ୍ତୁ। ତେବେ ପେଟ୍ରୋ ୱାସିଂଟନର କାର୍ଯ୍ୟାନୁଷ୍ଠାନକୁ ଲାଟିନ ଆମେରିକାର ସାର୍ବଭୌମତ୍ୱ ଉପରେ ଆକ୍ରମଣ ବୋଲି କହିଛନ୍ତି। ଏହା ଜାରି ରହିଲେ ମାନବୀୟ ସଂକଟ ଉପୁଜିବ ବୋଲି ସେ ସତର୍କ କରିଛନ୍ତି। ତେବେ ମାର୍କୋ ରୁବିୟୋ ଶନିବାର କ୍ୟୁବା ନେତାଙ୍କୁ ଚେତାବନୀ ଦେଇଛନ୍ତି। କହିଛନ୍ତି କ୍ୟୁବା ସମ୍ପୂର୍ଣ୍ଣ ବରବାଦ ହୋଇଯାଇଛି। ମାଡୁରୋଙ୍କ ଗାର୍ଡ ଓ ଇଣ୍ଟେଲିଜେନ୍ସୀରେ ଅଧିକାଂଶ କ୍ୟୁବା ଲୋକଙ୍କୁ ରଖିଥିଲେ।

ରୁବିୟୋ କ୍ୟୁବାକୁ ଏକ ବପିଦ ବୋଲି କହିଛନ୍ତି। ଏହି ଦେଶକୁ ବୁଢା ଓ ଅପଦାର୍ଥ ଲୋକେ ଚଳାଉଛନ୍ତି। ଏହାର ଅର୍ଥ ବ୍ୟବସ୍ଥା ବୋଲି କିଛି ନାହିଁ। ଏହି ଦେଶଟି ସମ୍ପୂର୍ଣ୍ଣ ବରବାଦ ହୋଇଯାଇଛି। ସେହିପରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କ୍ୟୁବାକୁ ଏକ ଅସଫଳ ଦେଶ ବୋଲି କହିଛନ୍ତି। ତେବେ ଆମେ କ୍ୟୁବାକୁ ସହାୟତା କରିବାକୁ ଚାହୁଁଛୁ। ଆମେ ସେମାନଙ୍କୁ ମଧ୍ୟ ସହାୟତା କରିବୁ ଯେଉଁମାନଙ୍କୁ କ୍ୟୁବାରୁ ବାହାର କରିଦିଆଯାଇଛି।