ଉତ୍ତରାଖଣ୍ଡର ପାଉରି ଗଡୱାଲରେ ପ୍ରବଳ ବର୍ଷାର ତାଣ୍ଡବ ; ୨ ମୃତ ଓ ୩ ନିଖୋଜ

Published By : Prameya-News7 Bureau | August 06, 2025 IST

ନୂଆଦିଲ୍ଲୀ : ଉତ୍ତରକାଶୀର ଧରାଲି ଗାଁରେ କ୍ଷୀର ଗଙ୍ଗା ନଦୀର ବନ୍ୟାରେ ନିଖୋଜ ଲୋକଙ୍କ ସନ୍ଧାନ ଏବେ ବି ଜାରି ରହିଛି। ରାଜ୍ୟର ଅନ୍ୟ ଏକ ଜିଲ୍ଲାରୁ ବିପର୍ଯ୍ୟର ଖବର ଆସିଛି। ଏବେ ପାଉରି ଗଡୱାଲ ଜିଲ୍ଲାରେ ପ୍ରବଳ ବର୍ଷା ତାଣ୍ଡବ ରହିଛି। ଏହି କାରଣରୁ ୨ଟି ଘଟଣାରେ ୨ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ନେପାଳୀ ବଂଶୋଦ୍ଭବ ନାଗରିକ ନିଖୋଜ ହୋଇ ଯାଇଛନ୍ତି। ଦୁର୍ଘଟଣାରେ ୪ଜଣ ଲୋକ ଆହତ ମଧ୍ୟ ହୋଇଥିବା କୁହାଯାଉଛି।

ପାଉରିର ଜିଲ୍ଲା ବିପର୍ଯ୍ୟୟ ପ୍ରବନ୍ଧନ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ , ପାବୌ ବ୍ଲକ୍‌ର ଦୂରବର୍ତ୍ତୀ ବୁରାନ୍ସିରେ ପ୍ରବଳ ବର୍ଷା ମଧ୍ୟରେ ବୁଧବାର ସକାଳେ ହୋଇଥିବା ଭୂସ୍ଖଳନରେ ଗୋଟିଏ କୋଠା ମାଟିରେ ମିଶି ଯାଇଛି, ଯେଉଁଥିରେ ଏଥିରେ ଶୋଇଥିବା ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ଏହି ଘଟଣା ପରେ ଘଟଣା ସ୍ଥଳରେ ପହଞ୍ଚି ଥିବା ଗାଁର ଲୋକମାନେ କୌଣସି ପ୍ରକାରରେ ତାଙ୍କର ମୃତଦେହକୁ ଭଗ୍ନାବଶେଷରୁ ବାହାର କରିଥିଲେ।

ଦୁଇ ମହିଳା ପ୍ରକୃତ ଭଉଣୀ ଥିଲେ ଏବଂ ତାଙ୍କର ବିବାହ ମଧ୍ୟ ଗୋଟିଏ ହିଁ ଗାଁରେ ହୋଇଥିଲା। ସେମାନେ ଥିଲେ ଆଶା ଦେବୀ (୫୫) ଓ ବିମଳା ଦେବୀ (୫୮) । ଦ୍ୱିତୀୟ ଘଟଣା ଜିଲ୍ଲାର ଥାଲିସାଇନି ବ୍ଲକର ବାଙ୍କୁଡା ଗାଁରେ ହୋଇଛି , ଯେଉଁଠି ଏକ ବର୍ଷା ନାଳରେ ଭାସିଯାଇ ୫ ଜଣ ବଂଶୋଦ୍ଭବ ଲୋକ ନିଖୋଜ ହୋଇ ଯାଇଛନ୍ତି। ଘଟଣାରେ  ଆଉ ୪ଜଣ ଲୋକ ଆହତ ହୋଇଛନ୍ତି , ଯାହାଙ୍କର ହସ୍ପିଟାଲରେ ଚିକିତ୍ସା କରାଯାଉଛି। 

ପାଉରୀର ଜିଲ୍ଲା ଅଧିକାରୀ ସ୍ୱାତି ଭଦୋରିଆ କହିଛନ୍ତି ଯେ,ସକାଳ ୭ଟା ସମୟରେ ହଠାତ୍‌ ପଥର ଓ ପ୍ରବଳ ଭଗ୍ନାବଶେଷ ବହି ଆସିଥିଲା , ଯେଉଁଥିରେ ୫ଜଣ ନେପାଳୀ ବଂଶୋଦ୍ଭବର ୫ ଜଣ ଲୋକ ନିଖୋଜ ହୋଇ ଯାଇଛନ୍ତି।  ଏହି ଲୋକେ ସଡକ ନିର୍ମାଣ କାମ କରୁଥିଲେ। ଜଣେ ସ୍ଥାନୀୟ ବ୍ୟକ୍ତି   ନୀରଜ ଢୋଣ୍ଡିଆଲ କହିଛନ୍ତି ଯେ, ଏହି ଶ୍ରମିକମାନେ ବର୍ଷା ନାଳର କୂଳରେ ଝୁମ୍ପୁଡି ଘର ତିଆରି କରିଥିଲେ । ପ୍ରବଳ ବର୍ଷା ଯୋଗୁଁ ଆସିଥିବା ଭଗ୍ନାଂବଶେଷ ତାଙ୍କୁ ଭସେଇ ନେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.