ଗ୍ରୀନ୍ଲାଣ୍ଡକୁ କବଜା କରିବା ଜରୁରୀ, ଆମେରିକା ଦଖଲ ନକଲେ ରୁଷ-ଚୀନ ନେଇଯିବେ

NEWS7
now-loan-will-be-available-to-pay-insurance-premium-know-how

ନୂଆଦିଲ୍ଲୀ ୧୧।୦୧; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ ଶୁକ୍ରବାର ତାଙ୍କ ଦେଶ ଲାଗି ଗ୍ରୀନ୍ଲଣ୍ଡକୁ କବଜା କରିବା କାହିଁକି ଜରୁରି ତାହା ଦର୍ଶାଇଛନ୍ତି। ହ୍ବାଇଟ୍ ହାଉସ୍‌ ତେଲ ଏବଂ ଗ୍ୟାସ୍ କମ୍ପାନି ଗୁଡ଼ିକର ପ୍ରମୁଖ ଅଧିକାରୀଙ୍କ ସହ ବୈଠକ ସମୟରେ ସେ କହିଛନ୍ତି, ଯଦି ଆମେରିକା ଏଭଳି ପଦକ୍ଷେପ ନ ନିଏ ତେବେ ରୁଷ୍ ଏବଂ ଚୀନ୍ ଭଳି ଦେଶ ଏହାକୁ ନିଜ ଅଧୀନକୁ ନେଇଯିବେ। ଏଭଳିସ୍ଥିତିରେ ଗ୍ରୀନଲାଣ୍ଡକୁ ହାସଲ କରିବା ଜମି ଜିଣିବା ପ୍ରସଙ୍ଗ ନୁହେଁ, ବରଂ ଏହା ରୁଷ୍ ଆଉ ଚୀନ୍‌କୁ ଦୂରେଇ ରଖିବା ସହ ଜଡ଼ିତ । ଏଭଳି ଦେଶ ଗୁଡ଼ିକୁ ପଡ଼ୋଷୀ ଭାବେ ଆମେ ସହ୍ୟ କରିପାରିବୁ ନାହିଁ। ସେହିପରି ଆମେରିକା ଯଦି ସହଜରେ ଗ୍ରୀନ୍କାଣ୍ଡକୁ ହାସଲ କରି ନପାରେ ତେବେ ଅନ୍ୟ କଠୋର ଉପାୟ ଗ୍ରହଣ କରିବାକୁ ହେବ। ସେମାନଙ୍କୁ ପସନ୍ଦ ଆସୁ ବା ନିଆସୁ ଆମେ ଗ୍ରୀନ୍ଲାଣ୍ଡ ପ୍ରସଙ୍ଗରେ କିଛି ନା କିଛି କରିବୁ। ଅବଶ୍ୟ ବୁଝାମଣା ସହଜ ଉପାୟରେ ହୋଇଯିବାକୁ ସେ ଚାହୁଁଥିବା ପ୍ରକାଶ କରିଛନ୍ତି।

ଏହି ସମୟରେ ଟ୍ରମ୍ପ ଗ୍ରୀନଲାଣ୍ଡକୁ ନିକଟରେ ଚୀନ୍ ଏବଂ ରୁଷୀୟ ନୌସେନର ବଦ୍ଧିଷ୍ଣୁ ଗତିବିଧି କଥା ଉଠାଇଥିଲେ। ଟ୍ରମ୍ପ କହିଥିଲେ ଯେ, ଚୀନ୍ ଏବଂ ରୁଷ୍ ଉଭୟ ଦେଶର ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି। କିନ୍ତୁ ସେମାନଙ୍କୁ ସେ ଗ୍ରୀନଲାଣ୍ଡକୁ ଦେଇପାରିବେ ନାହିଁ। ପୂର୍ବରୁ ଗ୍ରୀନଲାଣ୍ଡରେ ଆମେରିକାର ସାମରିକ ଘାଟି ଥିବାବେଳେ ତାକୁ ପୁରା କବଜା କରିବାର ଆବଶ୍ୟକତା କ'ଣ ବୋଲି ପଚରାଯିବାରୁ ଟ୍ରମ୍ଫ କହିଥିଲେ ସେ, ଲିଜ୍ ଯଥେଷ୍ଟ ନୁହେଁ । ଲିଜ୍ ଜମିର ସେତେ ରକ୍ଷା କରଯାଏ ନାହିଁ। ତେଣୁ ଆମକୁ ପୂରା ମାଲିକନା ହବ୍ ଆବଶ୍ୟକ।

ଟ୍ରମ ୨୦୧୯ ମସିହାରୁ ଜେନମାର୍କର ସ୍ଵାୟତ୍ତ କ୍ଷେତ୍ରରୁ ଗ୍ରୀନ୍ଲାଣ୍ଡକୁ କବଜା କରିବାକୁ ଚାହୁଁଥିବା କହିଆସୁଛନ୍ତି। ଯେତେବେଳେକି ଆମେରିକା ଏବଂ ଡେନମାର୍କ ଉଭୟ ନାଟୋର ସଦସ୍ୟ। ଏପରିସ୍ଥଳେ ଆମେରିକା ଗ୍ରୀନଲାଣ୍ଡ କବଜା କରିବାକୁ ଆକ୍ରମଣ କଲେ ସାମରିକ ମେଣ୍ଟ ନଗେର ଅଉ ଘଟିବ ବୋଲି ଡେନ୍ମାର୍କର ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଥିଲେ। ଏଥିସହ ଡେନର୍କ ପକ୍ଷରୁ ଜବାବୀ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ ଧମକ ଦିଆଯାଇଥିଲା। ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ କୁହଯାଇଥିଲା ଯେ, ଯଦି କୌଣସି ବିଦେଶୀ ଶକ୍ତି ସେମାନଙ୍କ ଅଞ୍ଚଳ ଉପରେ ଆକ୍ରମଣ କରେ, ତେବେ ସୈନିକମାନେ ଆନୁଷ୍ଠାନିକ ଅଦେଶର ଅପେକ୍ଷା ନକରି ତୁରତ କବାଦୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ଗୁଳି ଚଳାଇଳେ। ବିନା ଆଦେଶରେ ଆକ୍ରମଣ କରିବାର ନିୟମ ୧୯୫୨ ମସିହାର । ସେହି ନିୟମ ଆଜି ମଧ୍ୟ ଲାଗୁ ଥିବା ଡେନମାର୍କର ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରକାଶ କରିଥିଲା।