ପୂଜା କରିବାକୁ ଯାଇ ଫେରିଲେନି, ମନ୍ଦିର ଭିତରୁ ମିଳିଲା ପୂଜକଙ୍କ ମୃତଦେହ

NEWS7
now-18-gst-on-house-rent-check-if-you-have-to-pay

ଜଗତସିଂହପୁର ୧୭।୧: ଜଗତସିଂହପୁର ଜିଲା ସଦର ଥାନା ପୁନଙ୍ଗ ଗାଁରେ ଅଘଟଣ । ଗାଁ ଭିତରେ ଥିବା ଏକ ଶିବ ମନ୍ଦିର ଭିତରୁ ପୂଜକଙ୍କ ସନ୍ଦେହଜନକ ଭାବରେ ପଡିଥିବା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ପୁନଙ୍ଗ ଗାଁର ଓମ୍ ପ୍ରକାଶ ପଣ୍ଡା । ଶନିବାର ମଧ୍ୟାହ୍ନରେ ସେ ମନ୍ଦିର ଭିତରକୁ ପୂଜା କରିବାକୁ ଯାଇ ଆଉ ଫେରି ନଥିଲେ । ପରେ ଗ୍ରାମବାସୀ ମନ୍ଦିର ଭିତରେ ଥିବା ଶିବ ଲିଙ୍ଗ ଉପରେ ତାଙ୍କର ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ସଦର ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି । ତେବେ ମୃତ୍ୟୁର ସଠିକ୍ କାରଣ ଜଣାପଡି ନଥିଲେ ମଧ୍ୟ ମନ୍ଦିର ଭିତରେ ଗୋଡ଼ ଖସି ତଳେ ପଡିଯିବା ପରେ ମୁଣ୍ଡରେ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ଆଶଙ୍କା କରାଯାଉଛି । ଏହି ଘଟଣା ପରେ ସାରା ଗାଁରେ ଶୋକର ଛାୟା ଖେଳିଯାଇଛି ।