ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବ୍ୟବହାର ହେବ AI କ୍ୟାମେରା, ୨୧୧ ହବ୍‌ରେ ନିଜଆଡୁ ଲଗାଇବ CHSE

NEWS7
note-sanitizer-costs-only-700-rupees

ଭୁବନେଶ୍ବର ୧୨।୧: ପ୍ରଶ୍ନପତ୍ର ଲିକ୍ ରୋକିବ AI କ୍ୟାମେରା ! ପ୍ରଶ୍ନପତ୍ର ଲିକ୍ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବ AI କ୍ୟାମେରା । ୨୧୧ ହବ୍‌ରେ ଏହା ନିଜ ଆଡୁ ଲଗାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । କଲେଜ ଇଣ୍ଟେରନେଟ୍ ଉପରେ ନିର୍ଭର କରିବାକୁ ପଡିବ ନାହିଁ । AI କ୍ୟାମେରାରେ ଲଗାଯିବ ୧୨୮ ଜିବି ସିମ୍ କାର୍ଡ । ଏଥିପାଇଁ ଦିଆଯିବ ପାୱାର ବ୍ୟାକଅପ୍ । ଆସନ୍ତା ଫେବୃଆରୀ ୯ ସୁଦ୍ଧା ସବୁ ହବ୍‌ରେ ଲଗାଯିବ ।

ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ଖୋଲିଲା କଣ୍ଟ୍ରୋଲ ରୁମ୍ । ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାକୁ ଏହି କଣ୍ଟ୍ରୋଲ ରୁମ୍‌ରୁ ମନିଟର କରାଯାଇଛି । ପୂର୍ବରୁ କେବଳ ଥିଓରୀ ପରୀକ୍ଷାକୁ କଣ୍ଟ୍ରୋଲ ରୁମ୍‌ରୁ ମନିଟର କରାଯାଉଥିଲା । ଏହାଦ୍ୱାରା ପିଲାମାନଙ୍କ ସମେତ ଏକ୍ସଟରନାଲ ମାନଙ୍କ ଗତିବିଧି ଉପରେ ବି ନଜର ରଖାଯାଉଛି । କାରଣ ଏକ୍ସଟରନାଲଙ୍କୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ।