ନୂଆଦିଲ୍ଲୀ ୨୫।୦୪ : ‘ନୋଟା’ ଏକ ଅସଫଳ ଉପାୟ । ନିର୍ବାଚନରେ ଏହାର କୌଣସି ପ୍ରଭାବ ପକାଉନାହିଁ । ତେଣୁ ଏହାକୁ ତୁରନ୍ତ ନିର୍ବାଶିତ କରାଯାଉ । ଗୁରୁବାର ଦିନ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍ର ଶୁଣାଣି ବେଳେ ଏପରି ତଥ୍ୟ ରଖିଛନ୍ତି ନିର୍ବାଚନ କମିଶନର ଏବଂ କେନ୍ଦ୍ର ସରକାର ।
୨୦୨୪ ମସିହାରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଯେଉଁଥିରେ ୧୯୫୧ର ଧାରା (୨)କୁ ଚ୍ୟାଲେଞ୍ଜ କରାଯାଇଥିଲା । ଏହି ଧାରାରେ ଯେତେବେଳେ କୌଣସି ଜଣେ ପ୍ରତ୍ୟାଷୀ ନିର୍ବାଚନ ମୈଦାନରେ ଥାନ୍ତି । ସେତେବେଳେ ତାଙ୍କୁ ନିର୍ବିରୋଧରେ ନିର୍ବାଚିତ କରାଯାଏ । ଏହା ମାମଲାରେ କୁହାଯାଇଛି କି ଲୋକଙ୍କ ପାଖରେ ଏବେ ନୋଟାର ବିକଳ୍ପ ରହିଛି । ଯଦି ନୋଟାରେ ଅଧିକ ଭୋଟ ପଡିଛି , ତେବେ ଅଧିକ ଭୋଟର ବ୍ୟବସ୍ଥା ରହିଛି । ତାପରେ ବି ଲୋକମାନଙ୍କୁ ମତଦାନର ଅଧିକାରକୁ ବଞ୍ଚିତ ନକରାଯିବ ।
ସେପଟେ ଏହି ମାମଲାରେ ରହିଥିବା ଦାବିକୁ ବିରୋଧ କରିଥିଲେ ନିର୍ବାଚନ କମିଶନ । ନିର୍ବାଚନ ଆୟୋଗ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ କହିଥିଲେ ଯେ, ନୋଟା ଏକ ବିଫଳ ପ୍ରୟାସ। ସେ ଆଗକୁ ମଧ୍ୟ କହିଥିଲେ ଯେ, ଇତିହାସରେ ୯ ଜଣ ଲୋକସଭାକୁ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଯାହାର ଜବାବରେ ଆବେଦନକାରୀ କହିଥିଲେ କି, ବିଧାନସଭାରେ ଲୋକମାନେ ଏପରି ନିର୍ବାଚିତ ହେଉଛନ୍ତି ।
ମାମଲାର ଶୁଣାଣି କରୁଥିବା ଦୁଇ ଜଣିଆ ଜଜ୍ ( ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଏନ୍ କୋଟିଶ୍ୱର)ଙ୍କ ବେଞ୍ଚ ମଧ୍ୟ ଆବେଦାନକାରୀଙ୍କ ଦ୍ୱାରା ଉଠାଯାଇଥିବା ଆଶଙ୍କାକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ଯଦି କୌଣସି ପ୍ରାର୍ଥୀଙ୍କ ଚାପ ଲାଗି ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ ନକରନ୍ତି । ତେବେ ଲୋକଙ୍କୁ ଭୋଟ୍ ଦେବାର ସୁଯୋଗ ମିଳିବନାହିଁ । ଏକମାତ୍ର ପ୍ରାର୍ଥୀ ଭାବେ ସେହି ଲୋକ ବିଜୟୀ ହେବ । ସେହିପରି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ଭାରତ ଏକ ଶକ୍ତିଶାଳୀ ଏବଂ ଗଣତାନ୍ତ୍ରିକ ଦେଶ । ଏପରି ସ୍ଥିତିରେ ଜଣେ ପ୍ରାର୍ଥୀଙ୍କୁ କେତେ ସମର୍ଥନ ମିଳୁଛି । ତାହା ମଧ୍ୟ ଦେଖିବାକୁ ପଡିବ ।
କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କାହାକୁ ୧୦ ପ୍ରତିଶତ ଲୋକ ଭୋଟ ଦେଉନାହାନ୍ତି । ତେବେ ତାଙ୍କୁ ସଂସଦ ପଠାଇବ କଣ ଠିକ୍ ହେବ । ଏହା ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦଲିଲ୍ ରଖାଯାଇଥିଲା ଯେ, କୋର୍ଟ ନୂଆ ଆଇନ୍ କରିପାରିବେ ନାହିଁ । ଏଥିପାଇଁ ନୂଆ ବ୍ୟବସ୍ଥା କରିବାକୁ ପଡିବ । ଯେଉଁଥିରେ ସଂସଦର ଅନେକ ଲୋକଙ୍କ ରାୟ ନେଇ ଆଇନ୍ରେ ପରିବର୍ତ୍ତନ କରିବାକୁ ପଡିବ ।