ଲଣ୍ଡନ: ପଞ୍ଚମ ଟେଷ୍ଟ ମ୍ୟାଚ୍ ସହ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ସମାପନ ଘଟିଛି। ସୋମବାର ଭାରତ ଅନ୍ତିମ ଟେଷ୍ଟକୁ ରୋମାଞ୍ଚକର ଭାବେ ୬ ରନରେ ଜିତି ନେଇ ସିରିଜ୍କୁ ୨-୨ରେ ବରାବର କରିଛି। ୩୭୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୩୬୭ ରନରେ ଅଲଆଉଟ୍ ହୋଇଛି। ଦ୍ରୁତ ବୋଲର ମହମ୍ମଦ ସିରାଜ ୫ ଓ୍ଵିକେଟ୍ ଓ ପ୍ରସିଦ୍ଧ କୃଷ୍ଣ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସିରାଜ୍ ମ୍ୟାଚ୍ରେ ୯ ଓ୍ଵିକେଟ୍ ନେଇ ପ୍ଲେୟାର ଅଫ ଦ ସିରିଜ୍ ପୁରସ୍କାର ଜିତିଛନ୍ତି। ଏହା ବାଦ୍ ଦୁଇ ଖେଳାଳିଙ୍କୁ ପ୍ଲେୟାର ଅଫ୍ ଦ ସିରିଜ୍ ଆଓ୍ଵାର୍ଡ ମିଳିଛି। ସ୍ଵାଭାବିକ ଭାବେ ଭାରତର ଅଧିନାୟକ ଶୁଭମନ ଗିଲ୍ ପ୍ଲେୟାର ଅଫ ସିରିଜ୍ ପାଇଥିବା ବେଳେ ଇଂଲଣ୍ଡର ହ୍ୟାରି ବ୍ରୁକଙ୍କୁ ମଧ୍ୟ ଏହି ପୁରସ୍କାର ମିଳିଛି। ତେଣୁ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ଗିଲ୍ଙ୍କ ସହ ବ୍ରୁକଙ୍କୁ କାହିଁକି ପ୍ଲେୟାର ଅଫ ଦ ପୁରସ୍କାର ଦିଆଗଲା । ଏହା ପଛରେ କଣ ରହିଛି କାରଣ ?
Also read: ଗୋଟିଏ ଗୋଡ଼ରେ ରିଷଭ ପନ୍ତ, ଗୋଟିଏ ହାତରେ କ୍ରିସ୍ ୱୋକ୍ସ...ଖେଳ ଓ ଟିମ୍ ପ୍ରତି ପୂରା ସମର୍ପିତ
ଇଂଲଣ୍ଡରେ ଟେଷ୍ଟ ସିରିଜ୍ରେ ଦୀର୍ଘ ସମୟରୁ ଚାଲି ଆସିଥିବା ପରମ୍ପରା ଅନୁସାରେ ଦୁଇ ଦଳର ଜଣେ-ଜଣେ ଖେଳାଳିଙ୍କୁ ପ୍ଲେୟାର ଅଫ ଦ ସିରିଜ୍ ପୁରସ୍କାର ଦିଆଯାଏ। ଇଂଲଣ୍ଡ ପକ୍ଷରୁ ବ୍ରୁକଙ୍କୁ ଏହି ପୁରସ୍କାର ମିଳିଥିବା ବେଳେ ଭାରତ ପକ୍ଷରୁ ଶୁଭମନ ଗିଲ୍ ବାଜି ମାରିଛନ୍ତି। ତେବେ ସିରିଜରେ ପ୍ଲେୟାର ଅଫ ଦ ସିରିଜ୍ ପୁରସ୍କାର କେଉଁ ଦୁଇ ଖେଳାଳିଙ୍କୁ ମିଳିବ ତାର ଚୟନ ଦୁଇ ଦଳର କୋଚ୍ କରିଥାନ୍ତି। ଭାରତର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ହ୍ୟାରି ବ୍ରୁକଙ୍କୁ ଚୟନ କରିଥିବା ବେଳେ ଇଂଲଣ୍ଡର ମୁଖ୍ୟ ପ୍ରଶିକ୍ଷକ ବ୍ରେଣ୍ଡନ ମ୍ୟାକକଲମ ଶୁଭମନ ଗିଲ୍ଙ୍କ ଉପରେ ମୋହର ମାରିଛନ୍ତି। ଉଲ୍ଲେଖନୀୟ ଇଂଲଣ୍ଡରେ ପ୍ଲେୟାର ଅଫ ଦ ସିରିଜ୍ ଏବଂ ପ୍ଲେୟାର ଅଫ ଦ ଆଓ୍ଵାର୍ଡ ଜିତିବାରେ ଶୁଭମନ ଗିଲ୍ ହେଉଛନ୍ତି ଏକମାତ୍ର ଅଧିନାୟକ। ତାଙ୍କୁ ଦ୍ଵିତୀୟ ଟେଷ୍ଟରେ ଖେଳିଥିବା ଦ୍ଵିତଶତକୀୟ ଇନିଂସ ପାଇଁ ପ୍ଲେୟାର ଅଫ ମ୍ୟାଚ୍ ଚୟନ କରାଯାଇଥିଲା।
ଗିଲ୍ ଇଂଲଣ୍ଡ ଗସ୍ତରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରରେ ୭୫.୪୦ ହାରରେ ୭୫୪ ରନ କରିଛନ୍ତି। ଏଥିରେ ୪ ଶତକ ସାମିଲ୍। ଶୁଭମନ ଗୋଟିଏ ଟେଷ୍ଟ ସିରିଜ୍ରେ ସର୍ବାଧିକ ରନ କରିଥିବା ଅଧିନାୟକଙ୍କ ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଗିଲ୍ଙ୍କ ଆଗରେ କେବଳ ଡନ ବ୍ରାଡମ୍ୟାନ ଅଛନ୍ତି, ଯିଏ ୧୯୩୬/୩୭ରେ ଇଂଲଣ୍ଡ ବିପକ୍ଷରେ ୮୧୦ ରନ କରିଥିଲେ। ଅନ୍ୟପଟେ ବ୍ରୁକ ଭାରତ ବିପକ୍ଷରେ ୫୩.୪୪ ହାରରେ ୪୮୧ ରନ କରିଛନ୍ତି। ଏଥିରେ ଦୁଇଟି ଶତକ ସାମିଲ୍। ସେ ଟେଷ୍ଟ ସିରିଜ୍ରେ ଇଂଲଣ୍ଡର ଦ୍ଵିତୀୟ ସର୍ବାଧିକ ରନ ହାସଲକାରୀ ବ୍ୟାଟର ରହିଛନ୍ତି।