ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ NDA ସଂସଦୀୟ ଦଳକୁ ସମ୍ବୋଧିତ କରିବେ ମୋଦି

Published By : Prameya-News7 Bureau | August 04, 2025 IST

ନୂଆଦିଲ୍ଲୀ ୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଅଗଷ୍ଟ ମଙ୍ଗଳବାର ବିଜେପି ନେତୃତ୍ୱାଧୀନ ଏନଡିଏସ ସଂସଦୀୟ ଦଳର ବୈଠକକୁ ସମ୍ବୋଧିତ କରିବେ। ଶାସକ ମେଣ୍ଟ ସାଂସଦଙ୍କ ଏପରି ବୈଠକ ଦୀର୍ଘ ଅନ୍ତରାଳରେ ଅନୁଷ୍ଠିତ ହେଉଛି। ଏନଡିଏର ଏହି ବୈଠକ ୭ ଅଗଷ୍ଟ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟାର କିଛି ଦିନ ପୂର୍ବରୁ ହେବାକୁ ଯାଉଛି। ଏନଡିଏ ୨୧ ଅଗଷ୍ଟ ପୂର୍ବରୁ ନିଜ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। 

ବୈଠକ ସଂସଦ ଅଧିବେଶନ କାଳରେ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ସମସାମୟୀକ ପ୍ରସଙ୍ଗ ଉପରେ ସମ୍ବୋଧିତ କରିପାରନ୍ତି ବୋଲି ଆକଳନ କରାଯାଉଛି। ଏହି ବୈଠକରେ ସଂସଦୀୟ ଦଳ ପ୍ରଧାନମନ୍ତ୍ରୀଙ୍କୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସରକାରଙ୍କ ସୈନ୍ୟ ପ୍ରତିକ୍ରିୟା ନିମନ୍ତେ ସମ୍ବର୍ଦ୍ଧିତ ମଧ୍ୟ କରାଯାଇ ପାରେ। ଉପରାଷ୍ଟ୍ରପତି ନିର୍ବାଚନ ଲାଗି ନିର୍ବାଚକ ମଣ୍ଡଳରେ ଲୋକସଭା ଓ ରାଜ୍ୟସଭା ସାଂସଦ ସାମିଲ ହୋଇଥାନ୍ତି ଏବଂ ଏହାର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୭୮୨। ଏଥିରେ ଯଦି ବିରୋଧୀ ଦଳ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରନ୍ତି, ଯାହା ଏକ ସ୍ପଷ୍ଟ ସମ୍ଭାନା, ତେବେ ନିର୍ବାଚନ ସେପ୍ଟେମ୍ବର ୯ ତାରିଖରେ ହେବ। 

ଗତବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପିକୁ ସଂଖ୍ୟାଗରିଷ୍ଠତା ମିଳି ନଥିଲା। ତେବେ ସହଯୋଗୀ ଦଳଙ୍କ ସମର୍ଥନ ଯୋଗୁ ସହଜରେ ସରକାର ହୋଇ ପାରିଥିଲା। ସେବେଠାରୁ ବିଜେପି ସାଂସଦଙ୍କ ହେଉଥିବା ଏପରି ବୈଠକରେ ସହଯୋଗୀ ସାଂସଦଙ୍କୁ ମଧ୍ୟ ସାମିଲ କରୁଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଜୁଲାଇ ୨ ତାରିଖ ଦିନ ଏପରି ଏକ ବୈଠକକୁ ସମ୍ବୋଧିତ କରିଥିଲେ। ଏହା ପୂର୍ବରୁ ଲୋକସଭା ନିର୍ବାଚନ ଆଗରୁ ପ୍ରଧାନମନ୍ତ୍ରୀ ବିଜେପି ସଂସଦୀୟ ଦଳର ସାପ୍ତାହିକ ବୈଠକକୁ ସମ୍ବୋଧିତ କରୁଥିଲେ। 

ଏପରି ବୈଠକରେ ପ୍ରଧାନମନ୍ତ୍ରୀ ପ୍ରାୟତଃ ରାଜନୈତିକ ଓ ପ୍ରଶାସନିକ ପ୍ରସଙ୍ଗରେ ବିସ୍ତାରପୂର୍ବକ ଚର୍ଚ୍ଚା କରୁଥିଲେ ତଥା କେବେ କେବେ ସଂସଦରେ ସରକାରଙ୍କ ଏଜେଣ୍ଡା ଉପରେ ମଧ୍ୟ କଥା ହେଉଥିଲେ। ତେବେ ପ୍ରଧାନମନ୍ତ୍ରୀ ପ୍ରାୟତଃ ସାଂସଦଙ୍କୁ ସାର୍ବଜନିକ ରୂପେ ଖାସ କରି ସେମାନଙ୍କ ନିର୍ବାଚନମଣ୍ଡଳିରେ ଉଠାଯାଉଥିବା ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାକୁ ଅବସର ଦେଉଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.