ଗୋଟିଏ ଗୋଡ଼ରେ ରିଷଭ ପନ୍ତ, ଗୋଟିଏ ହାତରେ କ୍ରିସ୍ ୱୋକ୍ସ...ଖେଳ ଓ ଟିମ୍ ପ୍ରତି ପୂରା ସମର୍ପିତ

Published By : Prameya-News7 Bureau | August 04, 2025 IST

ନୂଆଦିଲ୍ଲୀ: ଭାରତ ସୋମବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟକୁ ୬ ରନ୍‌ରେ ଜିତି ନେଇଛି । ପାଞ୍ଚ ମ୍ୟାଚ୍‌ର ସିରିଜ ୨-୨ରେ ବରାବର ହୋଇଛି । ଭାରତ ଆଜିର ଏହି ବିଜୟ ସହ ଇଂଲଣ୍ଡ ବୋଲର କ୍ରିସ୍ ୱୋକ୍ସଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି । ସେ ଓଭାଲ୍ ଟେଷ୍ଟର ଶେଷ ଦିନରେ ଯେଉଁ ସାହସ ଦେଖାଇଛନ୍ତି, ତାହା କ୍ରିକେଟ୍ ଇତିହାସରେ ସବୁ ଦିନ ପାଇଁ ମନେ ରହିବ । ୱୋକ୍ସଙ୍କୁ ସୋସିଆଲ୍ ମିଡିଆର ଜୋରଦାର ପ୍ରଶଂସା କରାଯାଉଛି । ଅନେକ ୟୁଜର ୱୋକ୍ସଙ୍କ ମନୋବଳ ଆଗରେ ରିଷଭଙ୍କ ସାହସ ଫିକା ପଡ଼ିଥିବା କହିଛନ୍ତି । ଭାରତର ଷ୍ଟାର୍ ୱିକେଟ୍-କିପର ବ୍ୟାଟ୍ ପନ୍ତ ଚତୁର୍ଥ ମ୍ୟାଚରେ ଗୋଡ଼ରେ ଆଘାତ ସତ୍ତ୍ୱେ ବ୍ୟାଙ୍କିଂ ପାଇଁ ମୈଦାନକୁ ଓହ୍ଲାଇଥିଲେ ।

ଓଭାଲ୍ ଟେଷ୍ଟରେ ଇଂଲଣ୍ଡ ସାମନାରେ ୩୭୪ ରନ୍ ଲକ୍ଷ୍ୟ ଥିଲା । ଆୟୋଜକ ଇଂଲଣ୍ଡ ୩୫୭ ରନ୍‌ରେ ୯ ୱିକେଟ୍ ହରାଇଥିଲା । ଜୋଶ ଟଙ୍ଗ (୯) ନବମ ୱିକେଟ୍ ରୂପେ ଆଉଟ୍ ହୋଇଥିଲେ । ଏହାପରେ କ୍ରିସ୍ ୱୋକ୍ସ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ । ସେ ଗୋଟିଏ ବି ବଲ୍ ଖେଳି ନଥିଲେ, କିନ୍ତୁ ଟିମ୍‌ର ଅସୁବିଧା ସମୟରେ ଆହତ ସତ୍ତ୍ୱେ ମୈଦାନକୁ ଓହ୍ଲାଇବା ଓ ଦଳକୁ ଜିତାଇବା ନେଇ ତାଙ୍କ ମନୋବଳ ଲୋକଙ୍କ ମନ ଜିତିଛି । ୱୋକ୍ସ ରବିବାର ଷ୍ଟାଡିୟମର ଇନଡୋରେ ଗୋଟିଏ ହାତରେ ବ୍ୟାଟିଂ ଅଭ୍ୟାସ କରିଥିଲେ ଓ ସଂଧ୍ୟା ସେସନରେ ନିଜ କିଟ୍ ପିନ୍ଧିଥିବା ନଜର ଆସିଥିଲେ । ଇଂଲଣ୍ଡ ବ୍ୟାଟର୍ ରୁଟ୍ କହିଥିଲେ ଯେ ୱୋକ୍ସଙ୍କ ପ୍ରସ୍ତୁତି ଦର୍ଶାଉଛି ସେ ଟିମ୍ ପାଇଁ କେତେ ସମର୍ପିତ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଆହତ ସମସ୍ୟ ଯୋଗୁ ୱୋକ୍ସ ପ୍ରଥମ ଇନିଂସରେ ବ୍ୟାଟିଂ କରିନଥିଲେ । ଇଂଲଣ୍ଡ ବର୍ତ୍ତମାନ ସୁଦ୍ଧା ୱୋକ୍ସଙ୍କ ଆହତ ବାବଦରେ ପୂରା ସୂଚନା ଦେଇ ନାହିଁ । ମ୍ୟାଚ୍ ପରେ ତାଙ୍କ ହାତର ସ୍କ୍ରିନ୍ କରାଯିବ । ତେବେ ଏହି ଆହତ କାରଣରୁ ନଭେମ୍ୱର ୨୧ରୁ ଆରମ୍ଭ ହେବାକୁ ଥିବା ଆସେସ୍ ଟେଷ୍ଟରେ ସେ ଟିମର ସଦସ୍ୟ ନହୋଇପାରନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.