ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ, ଚୂନ ପାଣି ପକାଇ କରାଗଲା ଶୁଦ୍ଧି

Published By : Prameya-News7 Bureau | May 23, 2025 IST

ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ । ମନ୍ଦିର ଭିତରେ ଜଣେ ଅଣହିନ୍ଦୁ ପ୍ରବେଶ କରିଥିବା ଚିହ୍ନଟ କରିଥିବା ଦେଖିବାକୁ ମିଳିଛି । ଅଣହିନ୍ଦୁ ଜଣଙ୍କୁ ପୋଲିସ ଓ ମନ୍ଦିର କର୍ମଚାରୀ ଦେଖିବାକୁ ପାଇଥିଲେ । ପରେ ଏନେଇ ମନ୍ଦିର ସୁପରଭାଇଜରଙ୍କୁ ଅବଗତ କରାଯାଇଥିଲା । 

ମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିଥିବାରୁ ବଡ଼ ଦୋଖାଳ ନୀତି କରାଯାଇଥିଲା । ଚୂନ ପାଣି ପକାଯାଇ ମନ୍ଦିରକୁ ଶୁଦ୍ଧି କରାଯାଇଥିଲା । ମନ୍ଦିର ଶୁଦ୍ଧି ପାଇଁ ଦିନ ୧୨ଟାରୁ ନୀତି ବନ୍ଦ କରାଯାଇଥିଲା । ମନ୍ଦିରକୁ ଶୁଦ୍ଧି କରାଯିବା ପରେ ନୀତିକାନ୍ତି ଆରମ୍ଭ ହେଇଛି ।

ତେବେ ଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିବାର ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରିବା ଦେଖିବାକୁ ମିଳିଛି । ଏ ଘଟଣା ପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବା ବାକି ରହିଲା ।

You Can Read:

ଜୁନ୍ ୩ରେ କୋଟିଆ କମିଟିର ପ୍ରଥମ ବୈଠକ, ରାଜସ୍ବ ମନ୍ତ୍ରୀ କହିଲେ- କୋଟିଆ ଲୋକ ଓଡ଼ିଶା ସହିତ ଥିଲେ ଓ ରହିବେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.